ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ସ୍ତ-ନ କର୍କଟ ହେଉଛି ଏକ କର୍କଟ ଯାହା ବିଶେଷତଃ ମହିଳାମାନଙ୍କ ସ୍ତ-ନରେ ଦେଖାଯାଏ ଏବଂ ଏହା ବିଶ୍ୱର ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ପ୍ରକାରର କର୍କଟ ଅଟେ।
ସ-ନ୍ତ କର୍କଟ ଏକ ଗୁରୁତର ରୋଗ ଅଟେ। ଠିକ୍ ସମୟରେ ଏହି ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ହୋଇପାରିବ। କିନ୍ତୁ ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ପଛର କାରଣ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ହୋଇପାରେ। ଏହା ପଛର କାରଣଗୁଡ଼ିକ ହେଉଛି ବୟସ ବୃଦ୍ଧି, ଜେନେଟିକ୍ସ, ମେଦବହୁଳତା, ଧୂମପାନ, ଅତ୍ୟଧିକ ମଦ୍ୟପାନ କରିବା, ସନ୍ତାନ ଜନ୍ମ ନକରିବା ଏବଂ ବୟସ୍କ ବୟସରେ ସନ୍ତାନ ଜନ୍ମ କରିବା।
ସନ୍ତ କର୍କଟ ରୋଗର ଲକ୍ଷଣ ଆରମ୍ଭରୁ ଦୃଶ୍ୟମାନ ହୋଇନଥାଏ। ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇପାରେ। ସ୍ତନ କର୍କଟ ରୋଗର ଲକ୍ଷଣ ମଧ୍ୟରେ ସ୍ତନ ମଧ୍ୟରେ ଗଣ୍ଠି, ସ୍ତନର ଆକାର ପରିବର୍ତ୍ତନ, ସ୍ତନମୁହଁ ଟାଣିହୋଇ ରହିବା, ସ୍ତନ କିମ୍ବା ଏହା ପାଖରେ ଯନ୍ତ୍ରଣା ଅନ୍ତର୍ଭୁକ୍ତ। ସ୍ତନରୁ ଧଳା ରଙ୍ଗ, ଚର୍ମ ପରିବର୍ତ୍ତନ ହୁଏ। ଯଦି ଆପଣ ଏହି ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ତୁରନ୍ତ ଏହାର ଚିକିତ୍ସା ଆରମ୍ଭ କରନ୍ତୁ।
୪୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ମାମୋଗ୍ରାମ୍ ପ୍ରାୟତଃ ପରାମର୍ଶ ଦିଆଯାଏ। ସ୍ତନ କର୍କଟ ରୋକିବାରେ ଅସ୍ତ୍ରୋପଚାର, କେମୋଥେରାପି, ହରମୋନ୍ ଥେରାପି ଅନ୍ତର୍ଭୁକ୍ତ। ଯଦି ଏହା ସମୟ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା ସାଂଘାତିକ ମଧ୍ୟ ହୋଇପାରେ। ମହିଳା ମାନଙ୍କଠାରେ ଏହା ମୁଖ୍ୟତ ଦେଖାଯାଏ, ଯଦିଓ ପୁରୁଷଙ୍କଠାରେ ମଧ୍ୟ ସ୍ତନ କର୍କଟ ଦେଖାଦେବା ବିରଳ ନୁହେଁ। କେବଳ ୫-୧୦% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ।