Updated: Mar 5, 2025, 12:52 IST

ଖଇନି ଖାଇବାକୁ ବାପା ୧୦ ଟଙ୍କା ଦେଲାନି ଶେଷରେ ରାଗରେ ମୁଣ୍ଡ କାଟିଦେଲି ଆଉ ତାପରେ

Cc

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ କାମ କରନ୍ତି । ପୁଅ ହାତରେ ବାପାର କଟା ମୁଣ୍ଡ ଧରି ବୁଲୁଛି । ଆଉ ରକ୍ତ ଗାଁ ସାରା ପଡ଼ି ପଡି ଯାଉଛି । ବାପାର କଟା ମୁଣ୍ଡ ଧରି ହଠାତ୍ ଥାନାକୁ ଗଲା ପୁଅ । କଟା ମୁଣ୍ଡ ଦେଖି ପୋଲିସ ଡରିଗଲା । ରାସ୍ତା ସାରା ରକ୍ତ ପଡ଼ିଛି ଆଉ ଥାନାରେ ମଧ୍ୟ ପଡ଼ିଛି । ଏହିସବୁ ଦେଖି ଗାଁ ଲୋକ ଆଉ ପୋଲିସ ବାବୁ ଡରି ଯାଇଥିଲେ ।
Gv
ଥାନା ଭିତରକୁ ଯୁବକ ଜଣକ ବାପାର କଟା ମୁଣ୍ଡ ନେଇ ଗଲା ଆଉ ଥାନା ଭିତରେ ଏଭଳି କିଛି ଘଟିଥିଲା ଯାହାକୁ ନେଇ ଏବେ ଖବର ଆସୁଛି । ଏହି ପୁଅ ଜଣକ ମାତ୍ର ୧୦ ଟଙ୍କା ପାଇଁ ବାପାର ଜୀବନ ନେଇଗଲା । ପୁଅ ଜଣକ ଏଭଳି ନୃଶଂସ ହୋଇଯିବ ବୋଲି କିଏ ବା ଜାଣିଥିଲା । ସାମାନ୍ୟ ଦଶ ଟଙ୍କା ପାଇଁ ବାପାର ମୁଣ୍ଡ ହାଣି ହାତରେ ଧରି ବୁଲିଲା ପୁଅ । ଏହି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ଏହା ସତ୍ୟ ଅଟେ । ପୁଅ ଖଇନି ଖାଇବ ବୋଲି ୧୦ ଟଙ୍କା ମାଗିଥିଲା । 
Vg
କିନ୍ତୁ ବାପା ଜଣକ ମନା କରିବାରୁ ଏଭଳି କାମ କରିଥିଲା ଏହି ନୃଶଂସ ପୁଅ । ଏହି ପୁଅ ହେଉଛି ୪୦ ବର୍ଷର । ୪୦ ବର୍ଷର ଭେଣ୍ଡିଆ ପୁଅ ଏଭଳି କାମ କରିଛି । ସନ୍ଧ୍ୟା ବେଳେ ବାପା ଆଉ ପୁଅ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଆଉ ଏହା ଭିତରେ ପୁଅ ବାପାକୁ ଖଇନି ଖାଇବାକୁ ୧୦ ଟଙ୍କା ମାଗିଥିଲା । ଆଉ ବାପା ପାଖରେ ରେଜା ନଥିବାରୁ ସେ ଦେବାକୁ ମନା କରିଥିଲା । ଏହାପରେ ପୁଅ ଜଣକ ରାଗି ଯାଇଥିଲା । ଆଉ ରାତିରେ ସମସ୍ତେ ଖାଇ ପିଇ ଶୋଇ ସାରିଥିଲେ ।
ଆଉ ରାତି ଗୋଟିଏ ବେଳେ ଏହି ଭେଣ୍ଡା ପୁଅ ଘରେ ଥିବା ଟାଙ୍ଗିଆ ଆଣି ବାପାର ବେକରେ ଚୋଟ ପକାଇଥିଲା । ଆଉ ଏହାପରେ ବାପାର ଦେହରୁ ମୁଣ୍ଡକୁ ଅଲଗା କରି ଦେଇଥିଲା । ପରେ ଏହି ଘଟଣା ଦେଖି ଗାଁ ଲୋକମାନେ ଭୟଭୀତ ହୋଇ ଯାଇଥିଲେ । ଆଉ ଗାଁ ମଝିରେ ପୁଅ ବାପାର କଟା ମୁଣ୍ଡ ଧରି ଥାନାକୁ ଯାଇ ନିଜ ଦୋଷ ବିଷୟରେ କହିଥିଲା । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଂଚଳରେ ଦେଖିବାକୁ ମିଳିଥିଲା । ବାପାର ମୁଣ୍ଡକୁ ମାତ୍ର ୧୦ ଟଙ୍କା ପାଇଁ ପୁଅ ଏଭଳି କରିଛି ବୋଲି ଖବର ଜଣାପଡ଼ିଲା । ଏବେ ଏହି ନୃଶଂସ ପୁଅକୁ କଣ ଦଣ୍ଡ ମିଳୁଛି ତାକୁ ଦେଖିବାକୁ ବାକି ରହିଲା ।

Advertisement