ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଜଣେ ସାମ୍ବାଦିକଙ୍କ ସହିତ କଣ ସବୁ ଘଟିଛି ତାହା ଆପଣମାନେ ଜାଣିପାରିବେ । ଜଣେ ସାମ୍ବାଦିକ ଖବର ସଂଗ୍ରହ କରି ଫେରୁଥିବା ବାଟରେ ତାଙ୍କ ସହିତ ଘଟିଥିଲା ଏଭଳି କିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ସାମ୍ବାଦିକ ଜଣଙ୍କୁ ମଝି ରାସ୍ତାରେ ଅଟକ ରଖିଥିଲେ କିଛି ବ୍ୟକ୍ତି । ଆଉ ତାଙ୍କୁ ଅଟକ ରଖି ମାରଧର କରିଛନ୍ତି । ମଝି ରାସ୍ତାରେ ସାମ୍ବାଦିକ ଜଣଙ୍କୁ ପିଟିବା ସହ ତାଙ୍କର ସୁନା ଚେନ ଛଡ଼ାଇ ନେଇଛନ୍ତି ।
ଖବର ସଂଗ୍ରହ କରି ଫେରୁଥିଲେ ସାମ୍ବାଦିକ ହେମନ୍ତ ଦାସ । ସେ ଫେରିବା ବାଟରେ ତାଙ୍କୁ କିଛି ଯୁବକ ଅଟକ ରଖି ଗାଳି ଗୁଲଜ କରିଥିଲେ । ଆଉ ଏହାସହ ତାଙ୍କ ମୁଣ୍ଡକୁ ଲୁହା ରଡରେ ପିଟି ଦେଇ ତାଙ୍କ ମୁଣ୍ଡ ଫଟେଇ ଦେଇଥିଲେ । ଏହାକୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଚର୍ଚ୍ଚା ଖେଳି ଯାଇଛି । ଏହି ସାମ୍ବାଦିକ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ସେ ସବୁଦିନ ଖବର ସଂଗ୍ରହ କରି ରାତିରେ ଘରକୁ ଫେରୁଥିଲେ । କିନ୍ତୁ ତାଙ୍କୁ କିଛି ଅସାମାଜିକ ଯୁବକ ରାସ୍ତାରେ ଅଟକ ରଖି ଗାଳି ଗୁଲଜ କରିଥିଲେ ।
ପ୍ରଥମେ ଗାଳି ଗୁଲଜ କରିବା ପରେ ଯୁବ ସାମ୍ବାଦିକ ହେମନ୍ତ ଦାସଙ୍କ ଅବସ୍ଥା ସେମାନେ ବହୁତ ଖରାପ କରି ଦେଇଛନ୍ତି । ଲଳିତ କଳା ଏକାଡେମୀ ଏବଂ ମାହାଙ୍ଗା ବିକାଶ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଶିଳ୍ପୀ ଗୁରୁ ବିମ୍ବାଧର ବର୍ମାଙ୍କ ୭୦ତମ ଶ୍ରାଦ୍ଧ ଉତ୍ସବ ନନ୍ଦକିଶୋର ବିଦ୍ୟାମନ୍ଦିର ପରିସରରେ କୁସୁପୁର ଠାରେ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ବନ୍ଧୁମାନେ ସେଠାକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେଠାରୁ ଯୁବ ସାମ୍ବାଦିକ ହେମନ୍ତ ଦାସ ଖବର ସଂଗ୍ରହ କରି ଫେରିବା ବେଳେ ତାଙ୍କ ଉପରେ କିଛି ଯୁବକ ଆକ୍ରମଣ କରିଥିଲେ ।
ତାଙ୍କ ମୁଣ୍ଡ ଫାଟି ଯାଇଥିଲା ଆଉ ଏହାପରେ ସେଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ମେଡ଼ିକାଲକୁ ନିଆ ଯାଇଥିଲା । ଦୁଇଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଏହି ଯୁବ ସାମ୍ବାଦିକ ହେମନ୍ତ ଦାସ ଥାନାରେ ଅଭିଯୋଗ କରିଥିଲେ । ଆଉ ଏହି ଅଭିଯୋଗ ହେବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସେହି ଦୁଇଜଣ ଯୁବକ ଯେଉଁମାନେ ଆକ୍ରମଣ କରିଥିଲେ ସେମାନେ କୁସୁପୁର ଅଞ୍ଚଳରେ ଖୁଲମ୍ ଖୋଲା ବୁଲୁଛନ୍ତି । ସାମ୍ବାଦିକ ଜଣଙ୍କୁ ନ୍ୟାୟ ନ ମିଳିଲେ ମାହାଙ୍ଗାର ସବୁ ସାମ୍ବାଦିକ ଥାନା ଆଗରେ ଧାରଣା ଦେବେ । ଦେଖାଯାଉ କେବେ ଯୁବ ସାମ୍ବାଦିକ ହେମନ୍ତ ଦାସଙ୍କୁ ନ୍ୟାୟ ମିଳୁଛି ।