ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଟଙ୍କା ମାଗିବା କଂସ ମହାରାଜ ଙ୍କୁ ପଡ଼ିଲା ଭାରି। ତିନି ଦିନ ପୁର୍ବରୁ ହିଁ ଆସିଥିଲା ସାଙ୍ଘାତିକ ଅଭିଯୋଗ। ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ସିଡିଏମଓ ହରାଇ ବସିଲେ ନିଜର ଚାକିରୀ। ବରଗଡ଼ ଧନୁଯାତ୍ରାରେ କଂସ ସାଜିଥିବା ହୃଷୀକେଶ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହାପରାୟଣ ଗାଡ଼ିର ଡ଼୍ରାଇଭର ଥିଲେ ହୃଷୀକେଶ ଭୋଇ।

ଏବେ ଆକ୍ସନ ନେବା ସହ ତାଙ୍କୁ ଚାକିରୀ ରୁ ନିଲମ୍ବନ କରିଛନ୍ତି ସିଡିଏମୋ। ମୃ-ତ-ଦେହ ଛାଡ଼ିବା ପରେ ସେ ପରିବାର ଠାରୁ ତିନି ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ହିଁ ଏହି ଘଟଣାର ତଦନ୍ତ ପରେ ହିଁ ଏହି ଘଟଣା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଧନୁ ଯାତ୍ରାର ଅଧର୍ମର ପରାଜୟ ଓ ଧର୍ମର ଜୟ ବୋଲି ସମାଜକୁ ବାର୍ତ୍ତା ଦିଅନ୍ତି କଂସ ମହାରାଜ ହୃଷୀକେଶ ଭୋଇ।

ଧନୁ ଯାତ୍ରାରେ ସେ ମୂଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଥାନ୍ତି। ଏଥି ସହ ବଡ଼ ବଡ଼ ନେତା ମନ୍ତ୍ରୀ ମଧ୍ୟ ସରକାରୀ ଅଧିକାରୀ ଙ୍କୁ ଅର୍ଥ ଦଣ୍ଡ ଓ ତାଗିଦ କରିଥିବା ମଧ୍ଯ ଦେଖିବାକୁ ମିଳେ। ନିଜେ ଏଭଳି ଅଭିନୟ କରୁଥିବା ଶୀର୍ଷ ଚରିତ୍ର ନାମରେ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ବରଗଡ ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ଆଉ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ମହାପରାୟଣ ଗାଡ଼ି ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ତରଫରୁ ନିଶୁଳ୍କ ରେ ଯୋଗାଇ ଦିଆ ଯାଉଛି।
ହେଲେ ହୃଷୀକେଶ ଭୋଇ ମୃ-ତ-କ ପରିବାର ଠାରୁ ତିନି ହଜାର ଟଙ୍କା ମାଗିଥିଲେ। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ସରିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ଏହି ଘଟଣା ପ୍ରତି ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।