ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଝିଅଟିଏ ବାହାଘର ହେଲେ ଅନେକ କଥା ମନକୁ ଆସିଥାଏ । ଆଉ ବାପା ମାଆ ସବୁବେଳେ ଚାହିଁ ଥାଆନ୍ତି ତାଙ୍କ ଝିଅର ବୈବାହିକ ଜୀବନ ସୁଖମୟ ହେଉ । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ବାପା ମା ହୋଇ ଝିଅ ସହ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ବାପା ମା ଝିଅର ମୁଣ୍ଡରୁ ସିନ୍ଦୂର ପୋଛିବାକୁ କହୁଛନ୍ତି ଆଉ ତାଙ୍କୁ ବିଧବା କରିବାକୁ ଚାହୁଁଛନ୍ତି । ତାଙ୍କର ସ୍ଵାମୀ ବଞ୍ଚି ଥାଉ ଥାଉ ଏଭଳି କରୁଛନ୍ତି ଏହି ଯୁବତୀ ଜଣଙ୍କର ବାପା ମାଆ । ଝିଅକୁ ଧଳା ଶାଢ଼ୀ ପିନ୍ଧିବାକୁ ଦେଉଛନ୍ତି ବାପା ମାଆ । ଯୁବତୀ ଜଣକ ଅତି କଷ୍ଟରେ ବାପଘରୁ ପଳାଇ ଆସିଛନ୍ତି । ଏବେ ପୁଣି ସ୍ଵାମୀ ଆଉ ସ୍ତ୍ରୀ ଏକାଠି ହୋଇଛନ୍ତି । ବହୁତ ଦିନ ପରେ ଆଜି ସ୍ଵାମୀ ସ୍ତ୍ରୀ ଏକାଠି ହେଲେ । ସେମାନେ ପ୍ରେମ ବିବାହ କରିଥିଲେ । ଆଉ ଶପଥ ନେଇଥିଲେ ସବୁଦିନ ପାଇଁ ହାତ ଧରାଧରି ହୋଇ ରହିବେ ।
କିନ୍ତୁ କୌଣସି କାରଣରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା । ଆଉ ଏହି କଳହ ପରେ ସ୍ତ୍ରୀ ଜଣକ ସ୍ବାମୀଙ୍କୁ ଛାଡି ଚାଲି ଯାଇଥିଲେ । ସ୍ତ୍ରୀ ଜଣକ ନିଜ ଝିଅକୁ ବାପଘରକୁ ଚାଲି ଯାଇଥିଲେ । ଆଉ ଏବେ ପୁଣି ସେ ଫେରି ଆସିଛନ୍ତି । ଏହି ସ୍ଵାମୀ ଜଣକ ନାଁରେ ସ୍ତ୍ରୀ ଜଣକ ଅନେକ ଅଭିଯୋଗ ଆଣିଛନ୍ତି । ସାଂସାରିକ ବନ୍ଧନରେ ବାନ୍ଧି ହୋଇଥିଲେ ମୋନାଲିସା ଆଉ ଅଭିଜିତ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡ଼ା ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା । ପାରିବାରିକ କଳହ ଯୋଗୁଁ ସ୍ତ୍ରୀ ଜଣକ ତାଙ୍କ ବାପଘରକୁ ଚାଲି ଯାଇଥିଲେ ।
ଆଉ ନିଜ ସ୍ଵାମୀ ଏବଂ ଶାଶୁ ଶଶୁରଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏବେ ଝିଅର ବାପା ଝିଅକୁ ଘରେ କବାଟ ଦେଇ ରଖିଥିଲେ । ଆଉ ଝିଅକୁ ସିନ୍ଦୂର ପୋଛିବାକୁ ଆଉ ଶଙ୍ଖା ବାହାର କରିବାକୁ କହୁଥିଲେ । ଏବେ ଏହି ଝିଅ ଜଣକ ବାରି ପଟ ବାଟ ଦେଇ ତା ବାପାଙ୍କ ଆଢ଼ୁଆଳରେ ଘରୁ ପଳାଇ ଆସି ସ୍ଵାମୀ ପାଖରେ ପହଞ୍ଚିଛି । ଆଉ ଏବେ ଝିଅ ଜଣକ ତାର ବାପା ମାଆ ନାଁରେ ଅଭିଯୋଗ ଆଣିଛି । ଏବେ ଶାଶୁଘରେ ସମସ୍ତଙ୍କ ସହିତ ମୋନାଲିସା ରହିବାକୁ ଚାହୁଁଛନ୍ତି । ତାଙ୍କ ସ୍ଵାମୀ ଏବଂ ଶାଶୁ ଶଶୁର ଏହି କଥାରେ ରାଜି ଅଛନ୍ତି ।