ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଅନେକ ବିଷୟରେ ଜାଣିପାରିବେ । ଆଜିକା ଯୁଗ ଯେତେ ଉନ୍ନତି କରୁଥିଲେ ମଧ୍ୟ ଆଜିବି ଚାଲିଛି ଯୌତୁକ ନିର୍ଯ୍ୟାତନା । ଲୋକମାନେ ଯେତେ ଆଗକୁ ବଢ଼ିଲେ ମଧ୍ଯ ସେମାନେ ଏଭଳି ସବୁ ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏବେ ଏମିତି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପୁଣି ଯୌତୁକ ନିର୍ଯ୍ୟାତନାରେ ଚାଲିଗଲା ଆଉ ଗୋଟିଏ ଝିଅର ଜୀବନ । ଏବେ ଏହି ଝିଅର ବାପ ଘରଲୋକେ ଝିଅର ଜୀବନ ଯୌତୁକ ନିର୍ଯ୍ୟାତନା ପାଇଁ ଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ବାହାଘରକୁ ମାତ୍ର ତିନି ମାସ ହୋଇଥିଲା ଆଉ ଏଭଳି ସବୁ ଘଟଣା ଘଟିଗଲା । ବିବାହକୁ ମାତ୍ର ତିନି ମାସ , କାନ୍ଥରୁ ବାହା ଚିତା ଲିଭି ନାହିଁ କିନ୍ତୁ ଚାଲିଯାଇଛି ଝିଅର ଜୀବନ । କାନ୍ଥରୁ ଲେଖା ଲିଭି ନାହିଁ କି ଲାଗିଥିବା ଚୂନ ବି ଛାଡି ନାହିଁ କିନ୍ତୁ ଏହି ଦୁନିଆ ଛାଡି ଆରପାରିକୁ ଚାଲିଯାଇଛି ନବବଧୂ ।

ନବବଧୂ କଣ ପିଇ ଦେଇ ନିଜ ଜୀବନ ହାରିଛି ବୋଲି ଶାଶୂଘର ଲୋକେ କହୁଥିବା ବେଳେ ଝିଅର ବାପଘରଲୋକେ ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଇ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଅଞ୍ଚଳରେ । ମୃ-ତ-କଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି କି ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ମାରି ଦେଇଛନ୍ତି । ଏହି ଝିଅ ଜଣକର ନାମ ହେଉଛି ସୁନୀତା କୁମାରୀ ସ୍ୱାଇଁ ବା ସ୍ୱପ୍ନା । ସେ ଅକ୍ଷୟ ସ୍ୱାଇଁଙ୍କ ସାନ ଝିଅ । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସ୍ବପ୍ନା ସଂଜିତ୍ ରାଉତଙ୍କୁ ବିବାହ କରିଥିଲେ ।
ବିବାହର ଦୁଇ ମାସ ଭଲରେ ଚାଲିଥିଲା ଆଉ ଏହାପରେ ଯୌତୁକ ପାଇଁ ଦାବି କରିଥିଲେ ସଂଜିତ । ଆଉ ଏହାପରେ ଏଭଳି ସବୁ କରିଛନ୍ତି ବୋଲି ସୂଚନା ମିଳିଛି । ଯୌତୁକ ପାଇଁ ତାଙ୍କ ଝିଅକୁ ଶାରିରୀକ ଆଉ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ହଠାତ୍ ନବବଧୂ ବାନ୍ତି କରିବାରୁ ତାଙ୍କ ଦିଅର ତାଙ୍କୁ ପ୍ରଥମେ ନିଆଳି ମେଡିକାଲ ଆଉ ତାପରେ କଟକ ବଡ ମେଡିକାଲ ଏବଂ ଏହାପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ଆଉ ସେଠାରେ ଚିକିତ୍ସିତ ଅବସ୍ଥାରେ ୨୬ ତାରିଖ ବିଳମ୍ବିତ ରାତିରେ ସେ ଆଖି ବୁଜି ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ଅର୍ଥାତ୍ ଝିଅର ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।