ଏବେ ସୋସିଆଲ ମିଡ଼ିଆ ରେ ଏକ ଦୃଶ୍ୟ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଲୋକ ମାନଙ୍କ ଭିତରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। କାରଣ ବର୍ତ୍ତମାନ ସମୟରେ ଏହି ଦୃଶ୍ୟ ରେ ଦେଖିବାକୁ ମିଳିଛି କି ଜଣେ ଶିକ୍ଷୟିତ୍ରୀ ସ୍କୁଲ୍ ଛାଡ଼ି ଯିବ ସମୟରେ ପିଲାମାନେ କିଭଳି ଭାବରେ କାନ୍ଦୁ ଛନ୍ତି। କାରଣ ସେ ତାଙ୍କର ଶିକ୍ଷୟିତ୍ରୀ ଙ୍କୁ ଛାଡ଼ିବା ପାଇଁ ଆଦୌ ହେଲେ ମଧ୍ୟ ରାଜି ନାହାଁନ୍ତି।

କାରଣ ସେହି ଶିକ୍ଷୟିତ୍ରୀ ହିଁ ତାଙ୍କୁ ମାଆ ଭଳି ଭଲ ପାଇବା ଦେଇଛନ୍ତି। ସେଥିପାଇଁ ପିଲାମାନେ ଏହି ମାଆ ଭଳି ଭଲ ପାଇବା ଦେଇଥିବା ଶିକ୍ଷୟତ୍ରୀଙ୍କୁ ଭୁଲିବେ ବା କେମିତି। ତାଙ୍କୁ ଆଦୌ ହେଲେ ମଧ୍ୟ ଯିବାକୁ ଦେଉ ନାହାଁନ୍ତି। ଘରେ ଯେତିକି ସମୟ ସେ ନ ରୁହନ୍ତି ତା ଠାରୁ ଅଧିକ ସମୟ ସେ ବିଦ୍ୟାଳୟରେ ରହି ଥାଆନ୍ତି। ଦିଦି ମଧ୍ଯ ଏଭଳି ଭାବରେ ସ୍ନେହ ଶ୍ରଦ୍ଧା ପିଲା ମାନଙ୍କୁ ଦିଅନ୍ତି ଯେ ସେମାନେ ମଧ୍ୟ ପିଲା ମାନଙ୍କୁ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି।

ଅନେକ ସ୍କୁଲ୍ ରେ ଆପଣ ମାନେ ଅନେକ ଦିଦି ମାନଙ୍କୁ ଦେଖିଥିବେ ମାତ୍ର ଏହି ଦିଦିଙ୍କୁ ଦେଖିବା ପରେ ଯେମିତି ଆଖିରେ ଲୁହ ଆସି ଯାଉଛି। ଆଜି ଥିଲା ଦିଦିଙ୍କ ଏହି ସ୍କୁଲ ରେ ଶେଷ ଦିନ। ଯେତେବେଳେ ପିଲାମାନେ ଜାଣିବାକୁ ପାଇଥିଲେ କି ଆଉ ତାଙ୍କର ଦିଦି ଆସିବେନି ବୋଲି ତା ପରର ଦୃଶ୍ୟ କିଛି ଏଭଳି ଥିଲା। କିଏ ଦିଦିଙ୍କୁ ଧରି କାନ୍ଦୁଛି ତ ଆଉ କିଏ କହୁଛି କି ଆମକୁ ଛାଡ଼ି ଯାଆନ୍ତୁନି ଦିଦି ବୋଲି।
କିଏ ଆଉ ତାଙ୍କୁ ଦିଦିଙ୍କ ଭଳି ତାଙ୍କୁ ସ୍ନେହ କରିବ ବୋଲି ସେ ଭାବୁଛନ୍ତି। ଯାହାକୁ ନେଇ ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।