Oct 11, 2024, 17:38 IST

ଯୁବତୀ କୁ କାଜୁ ଜଙ୍ଗଲ କୁ ନେଇ ଧ-ର୍ଷ-ଣ କଲା ବୃଦ୍ଧ!

Hh

ମୟୂରଭଞ୍ଜ ଜିଲ୍ଳା ବିଶୋଇ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜ୍ୟା ଜନକ ଘଟଣା। ଜଣେ ୬୫ ବର୍ଷର ବୃଦ୍ଧ ଜଣେ ୧୭ ବର୍ଷର ନାବାଳିକା ଝିଅକୁ ଦୁ-ଷ୍କ-ର୍ମ କରିବାରୁ ସେ ଗର୍ଭବତୀ ହୋଇଛି। ତେଣୁ ପୀଡ଼ିତ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ୍ ଏହି ଘଟଣାର ତଦନ୍ତକୁ ଜୋରଦାର କରିଛି।

Gg

ହେଲେ ଦୁ-ଷ୍କ-ର୍ମ କରିଥିବା ବୃଦ୍ଧ ଜଣକ ଫେରାର ହୋଇ ଯାଇଛି। ଆମ ଗାଁରେ ଗୋଟେ ଭୋଜି କରିଥିଲା। ମିଳିଥିବା ସୂଚନା ଅନୁଯାୟୀ ବିଶୋଇ ଥାନା ବନେଇକଳା ପଞ୍ଚାୟତ ଅନ୍ତର୍ଗତ ଜାମୁଝରୀ ଗାଁର ୬୫ ବର୍ଷୀୟ ଆଦି ଗିରି ନାମକ ଜଣେ ବ୍ୟବସାୟୀ ବିଶୋଇ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଝିଅକୁ ଟଙ୍କାର ପ୍ରଲୋଭନ ଦେଖାଇ ତେନ୍ତୁଳି ଗୋଟାଇବାକୁ କହି ଡାକି ନେଇ ଥିଲା।

Gg

ଆଉ ସୁଲେଇପାଟ ଫାଣ୍ଡି ଅଧୀନସ୍ଥ ହାତୀ ଶିକୁଳି ଜଙ୍ଗଲକୁ ନାବାଳିକାଙ୍କୁ ନେଇ ଯାଇ ସେଠାର ଏକୁଟିଆର ସୁଯୋଗ ନେଇ ନାବାଳିକାଙ୍କୁ ଦୁ-ଷ୍କ-ର୍ମ କରିଥିଲା। ଏବଂ ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ତେବେ ଏହି ଘଟଣାଟି ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ଘଟିଥିବା ବେଳେ ଚଳିତ ମାସ ସେପ୍ଟେମ୍ବର ୨୦ ତାରିଖରେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଘର ଲୋକମାନେ ଜାଣିବାକୁ ପାଇଥିଲେ ଯେ ଝିଅ ଦୁଇ ମାସର ଗର୍ଭବତୀ ରହିଛି। ତେଣୁ ଘର ଲୋକମାନେ ଏ ସମ୍ପର୍କରେ ଝିଅକୁ ପଚାରି ବାରୁ ଜାମୁଝରୀ ଗାଁର ଆଦି ଗିରି ତାକୁ ଦୁ-ଷ୍କ-ର୍ମ କରିଥିବା କଥା ଝିଅ ଜଣକ କହିଥିଲା।

ପରେ ଝିଅର ଘର ଲୋକମାନେ ଅଭିଯୁକ୍ତ ଆଦି ଗିରି ନାମରେ ଲିଖିତ ଅଭିଯୋଗ କରିବା ପରେ ବିଶୋଇ ଥାନା ଅଧିକାରୀଣୀ ବିନି ଭୋଇ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି। ସେପଟେ ଅଭିଯୁକ୍ତ ଆଦି ଗିରି ଫେରାର ହୋଇ ଯାଇଥିବାରୁ ତାଙ୍କ ପୁଅ ଓ ପୁତୁରାଙ୍କୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରିବା ସହିତ ପୋଲିସ୍ ଘଟଣାର ତଦନ୍ତକୁ ଅତି ଜୋରଦାର୍ କରିଛି। ଏପଟେ ନାବାଳିକାର ପରିବାର ଲୋକେ କହୁଛନ୍ତି ଆମେ ଗରୀବ ଘରର ଲୋକ। ଆମକୁ ନ୍ୟାୟ ମିଳୁ। ଏପଟେ ତ ଆସାମୀ ଫେରାର ହୋଇ ଯାଇଛି।

Advertisement