ପ୍ରେମ ବିବାହ କରିଥିଲେ ଆଉ ଏବେ ଆରପାରି କୁ ଚାଲିଗଲେ। ଝିଅର ମୃତ୍ୟୁ ରେ ଏବେ ଛାତି ବାଡେଇ କାନ୍ଦୁଛି ବାପା। ଝିଅର ଶବ ପଡ଼ିଛି ସାତ ଫୁଟିଆ ଘରେ। ରାତିରେ ବାପାଙ୍କ ସହ କଥାହେଲେ ଆଉ ସକାଳେ ଶବ ପାଲଟି ଗଲା ଗେଲ୍ହି ଝିଅ। ଝିଅର ଶବ ଦେଖି ଏବେ କାନ୍ଦୁଛି ବାପା। ଏହି ବାପା ର ଆଉ ନିଜର ଲୁହ କୋହ ସମ୍ଭାଳିବା ପାଇଁ ଆଦୌ ହେଲେ ମଧ୍ଯ ଧର୍ଯ୍ୟ ନାହିଁ।କାରଣ ଭଲ ପାଇ ବାହା ହୋଇଥିଲା ଝିଅ।
ଝିଅର ସବୁ ଜିଦ୍ ପରେ ବି ପଚରାଉଚରା କରୁଥିଲେ ବାପା। ଜ୍ୱାଇଁ ର ଚାକିରୀ ବୁଝି ସବୁବେଳେ ଝିଅର ସୁଖ କଥା ଚିନ୍ତା କରୁଥିଲେ ବାପା। ଝିଅର କଥା ହେବାର ୨୪ ଘଣ୍ଟା ଭିତରେ ହିଁ ଝିଅର ମୃ-ତ୍ୟୁ ଖବର ଆସି ପହଞ୍ଚି ଯାଇଥିଲା। ଗୋଟେ ସାତ ଫୁଟିଆ ଘରେ ଝିଅ ସ୍ଵର୍ଣ୍ଣଲତା ମହାନନ୍ଦିଆ ମରି ପଡ଼ିଥିବା ବେଳେ ଖଟ ଉପରେ ବସି ଫୋନ କରୁଛି ଜ୍ବାଇଁ। ତାଙ୍କ ଦୁହିଁଙ୍କ ମଧ୍ୟରେ ଏଭଳି ଅନେକ କଥା ହେଉଥିଲା ଯାହାକି ତାଙ୍କ ଝିଅ ଘର ଲୋକଙ୍କୁ ଅନେକ ସମୟ ଧରି ଲୁଚାଇ ଆସୁଥିଲେ।
ସ୍ବାମୀ ତାଙ୍କ ପ୍ରତି ଯାହା ବି ଅତ୍ୟାଚାର କରନ୍ତି ସବୁ ସେ ଲୁଚାଇ ଦିଅନ୍ତି।କିଛି କାହାକୁ ଜାଣନ୍ତି ନାହିଁ। ଏଭଳି କି ତାଙ୍କର ସ୍ବାମୀ ତାଙ୍କୁ ମାଡ଼ ମାରିଥିବା ନେଇ ଝିଅର ମାଆ ଅଭିଯୋଗ କରିଥିଲେ। ଆଉ ଏବେ ଝିଅର ଅଚାନକ ଭାବରେ ଆ-ତ୍ମ-ହ-ତ୍ୟାକୁ ନେଇ ଝିଅର ବାପା ମାଆ ଏହା କହିଛନ୍ତି ତାଙ୍କର ଜ୍ବାଇଁ ହିଁ ଝିଅକୁ ହ-ତ୍ୟା କରି ଦେଇଛି। ଏବେ ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
ପୋଲିସ୍ ଏହି ଘଟଣାର ତଦନ୍ତ କରିବା ମଧ୍ୟ ଆରମ୍ଭ କରି ଦେଇଛି।ପୋଲିସ ଏବେ ଏହି ଘଟଣାର ତଦନ୍ତ କରିବା ପରେ ହିଁ ଘଟଣା ପଛର ସତ୍ୟାସତ୍ୟ ଜଣା ପଡ଼ିବ। ଯେ ଅକରଣରେ ଏହି ଝିଅଟି ସହ ବାସ୍ତବରେ କଣ ଘଟି ଯାଇଥିଲା।ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।