ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଆପଣମାନେ ସବୁ ଘଟଣା ବା କାହା ବିଷୟରେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଜନ୍ମଦିନ ଷ୍ଟାଟସ୍ ଲଗାଇବା ତ ଏକ ସାଧାରଣ କଥା । ଆଉ ଏବେ ଜଣେ ଯୁବତୀଙ୍କ ଜନ୍ମଦିନ ଥିଲା ଏବଂ ସେ ଷ୍ଟାଟସ୍ ଲଗାଇଥିଲେ । ଏହି ଷ୍ଟାଟସ୍ ଲଗାଇବାରୁ ତାଙ୍କ ଜୀବନ ଚାଲି ଯାଇଛି ବୋଲି ଖବର ଆସିଛି ।
ଏବେ ଝିଅର ଏହି ଅବସ୍ଥା ଦେଖି ତାର ବାପା ମା କାନ୍ଦୁଛନ୍ତି ଆଉ ଧର୍ଯ୍ୟହରା ହୋଇ ପଡ଼ୁଛନ୍ତି । ଝିଅର ଏଭଳି ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାରଲୋକେ । ଯୁକ୍ତ ୨ ରେ ପାଠ ପଢୁଥିଲା ଝିଅ । ଆଉ ସେ ହଷ୍ଟେଲରେ ରହୁଥିଲା । ସବୁବେଳେ ସବୁ ଭଲ ମନ୍ଦ ଜଣାଉଥିଲା । ଝିଅ ସାଙ୍ଗର ଜନ୍ମଦିନକୁ ଯାଇଥିଲା ଆଉ ସେଠାରେ ଫଟୋ ଉଠାଇ ଷ୍ଟାଟସ୍ ରଖିଥିଲା । ଝିଅ ବହୁତ ଖୁସି ଥିଲା ବୋଲି ଜଣା ପଡିଥିଲା । ଆଜି ସେ ଝିଅ ଆଉ ନାହିଁ ଆଉ ଝିଅର ଶବକୁ ଦେଖି ବାପା ମା କାନ୍ଦି କାନ୍ଦି ଧର୍ଯ୍ୟହରା ହୋଇ ପଡିଛନ୍ତି । ଏବେ କଲେଜ ଅଧ୍ୟକ୍ଷଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଝିଅର ମାଆ ଆଉ ବାପା ।
ଝିଅର ମାଆ କହିଛନ୍ତି ତାଙ୍କ ଝିଅ ତାଙ୍କ ପାଖକୁ କଲ କରିଥିଲେ ଆଉ କହିଥିଲେ ତାଙ୍କ ଫୋନ୍ କେହି ଛଡେଇ ନେଇ ଯାଉଛନ୍ତି ଆଉ ତା କିଛି ସମୟ ପରେ ଝିଅର ମୃ-ତଦେହ ହଷ୍ଟେଲରେ ମିଳିଛି । ଝିଅ ମୃ-ତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୋବାଇଲ ଖୋଲିବ ଝିଅ ମୃତ୍ୟୁର ରହସ୍ୟ ବୋଲି ଚର୍ଚ୍ଚା ହେଉଛି । ବଲାଙ୍ଗୀର ଜିଲ୍ଲାରେ ଏହି ଘଟଣା ଘଟିଛି । ବଲାଙ୍ଗୀର ଜିଲ୍ଲା ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃ-ତଦେହ ଉଦ୍ଧାର ହୋଇଛି । ଏହି ଛାତ୍ରୀ ଜଣକ ଯୁକ୍ତ ୨ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ । ଏହି ଝିଅର ନାମ ହେଉଛି ପ୍ରତ୍ୟେଶା ପାଣିଗ୍ରାହୀ ।
ତାଙ୍କ ଘର ଦୁରେଇକେଲା ବ୍ଲକରେ । ଏବେ ଶବ ମେଡ଼ିକାଲରେ ପହଞ୍ଚିଛି । ସେଠାରେ ପୋଲିସ ପହଞ୍ଚି ତଦନ୍ତ କରୁଛି । କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ଏଭଳି ଘଟଣା ଘଟିଛି ବୋଲି ଚର୍ଚ୍ଚା ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ବାପା ମାଆ । ତିନିଦିନ ତଳେ ଝିଅ ଜଣଙ୍କର ସାଙ୍ଗର ଜନ୍ମଦିନ ଥିଲା ଆଉ ସେ ସେଠାକୁ ଯାଇ ଷ୍ଟାଟସରେ ଫଟୋ ରଖିଥିଲେ । ଆଉ ଏହି ଫଟୋ ଦେଖି କଲେଜ କର୍ତ୍ତୃପକ୍ଷ ତାଙ୍କ ଫୋନ୍ ନେଇ ଯାଇଥିଲେ । ଆଉ ଏଭଳି କିଛି ଘଟଣା ଘଟିଥିଲା ଯାହାକୁ ନେଇ ମାନସିକ ଚାପରେ ଝିଅ ଥିଲେ । ସେ ତାର ପରିବାରକୁ ଏହି ବିଷୟରେ ଜଣାଇଥିଲେ । ଏହିସବୁ ପରେ ଝିଅର ମୃତଦେହ ମିଳିଛି । ଏବେ ପୋଲିସ ଘଟଣାର ତଦନ୍ତ ପରେ ସତ ସାମ୍ନାକୁ ଆସିବ ।