ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ମିଶନ ଶକ୍ତି ବିଭାଗର କିଭଳି ଭାବରେ ଆନ୍ଦୋଳନ ଚାଲିଛି। ଯାହାକୁ ନେଇ ସେମାନେ ଏବେ ରାଜ ରାସ୍ତା କୁ ଓହ୍ଲାଇଛନ୍ତି। ଆଉ ସେମାନେ ରାସ୍ତା ଅବରୋଧ କରି ବସିବା ସହ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଛନ୍ତି। ଆଉ ତାଙ୍କର ଦାବୀ ତୁରନ୍ତ ପୂରା କରାଯାଉ ବୋଲି ଏହା ସେମାନେ ସମସ୍ତେ ମିଶି ସରକାରଙ୍କ ନିକଟରେ ଏକ ପ୍ରକାରର ଦାବୀ ମଧ୍ୟ କରିଥିବା ଦେଖିବାକୁ ମିଳିଛି।
ଏଭଳୀ ଶୀତ କାକରରେ ସେମାନେ ରାତି ରାତି ରାଜ ରାସ୍ତାରେ ବସି ରହିଛନ୍ତି। ଆଉ ତାଙ୍କର ଏକମାତ୍ର ଇଚ୍ଛା କି ତାଙ୍କ ଦାବୀ ପୂରଣ କରାଯାଉ ବୋଲି। ଯେତେବେଳେ ଏନେଇ ଜଣେ ମହିଳାଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି ରାତିରେ ତାଙ୍କର ପିଲା ଉପରେ କୁକୁର ବି ମୂତିଛି। ଏଭଳି ମହିଳା ଜଣକ କହିଥିଲେ କି ସେମାନେ ରାଜ ରାସ୍ତାକୁ ତାଙ୍କର ଖୁସୀରେ ଗଡ଼ିବା ପାଇଁ ଆଦୌ ଆସି ନାହାଁନ୍ତି।
ମନ୍ତ୍ରୀ ମାନେ ଏବେ ଯେଉଁ ଗଡରେ ବସିଛନ୍ତି ତାଙ୍କୁ ଜନତା ମାନେ ବସେଇ ଥିବା କଥା ସେ ମହିଳା ଜଣକ କହିଛନ୍ତି। ସେମାନେ କହିଥିଲେ କି ଯଦି ମନ୍ତ୍ରୀ କହୁଛନ୍ତି କି ମିଶନ ଶକ୍ତି ବିଭାଗ ନାହିଁ ଏହାକୁ ନେଇ ମହିଳା ଜଣକ କହିଲେ କି ଯଦି ମିଶନ ଶକ୍ତି ବିଭାଗ ନାହିଁ ତାହେଲେ ମନ୍ତ୍ରୀ ମାନଙ୍କ ମନ୍ତ୍ରୀ ପଦ ମଧ୍ୟ ନାହିଁ। ତାଙ୍କୁ ନିଶ୍ଚିତ ଭାବରେ ଖରାପ୍ ଲାଗିବା ଦରକାର୍ କି ସେ ଯେଉଁ ବିଭାଗର ମନ୍ତ୍ରୀ ଅଟନ୍ତି ସେହି ବିଭାଗ ର ମହିଳା ମାନେ ଏବେ ରାଜ ରାସ୍ତାରେ ବସିଛନ୍ତି।
ଏଭଳି କହିଥିଲେ ମହିଳା ଜଣକ। ମହିଳା ମାନେ ଏଭଳି ଭାବରେ ବର୍ତ୍ତମାନର ସରକାରଙ୍କ ଉପରେ ବର୍ଷିବା ରେ ଲାଗି ପଡ଼ିଥିଲେ। ଯାହାକି ଆପଣ ମାନେ ସମ୍ପୂର୍ଣ୍ଣ ଭିଡିଓ ଟି ଦେଖିଲେ ବେଶ ଭଲ ଭାବରେ ହିଁ ଜାଣି ପାରିବେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।