ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆଜି ଦେଶରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ କାମ କରିଥାନ୍ତି ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିପାରିବେ ଯିଏ ଦେଶ ପାଇଁ ଏଭଳି ଅନେକ କାମ କରିଛନ୍ତି ଯାହା ପାଇଁ ଆଜି ସେ ଚର୍ଚ୍ଚାକୁ ଆସିଛନ୍ତି । ଆମ ଦେଶ ଆଉ ରାଜ୍ୟରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ଦେଶ ପାଇଁ ଅନେକ କିଛି ତ୍ୟାଗ କରିଛନ୍ତି ।
ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଦେଶ ପାଇଁ କାମ କରିବା ପରେ ଅବସର ନେଇଥାନ୍ତି । ଅବସର ନେବା ପରେ ତାଙ୍କ ଜୀବନରେ ଘଟିଥିବା ଘଟଣାକୁ ମନେ ପକାଇଥାଆନ୍ତି । ଆଉ ଏହାସହ ତାଙ୍କ ତ୍ୟାଗ ଆଉ ଦେଶଭକ୍ତି ଏବଂ ଯୁଦ୍ଧ ବିଷୟରେ ସେ ବଖାଣି ଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ଥିଲେ ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କନ୍ଦରା ଗ୍ରାମର ଯୁଧିଷ୍ଟିର ବେହେରାଙ୍କ ବ୍ୟକ୍ତିତ୍ଵ ଏଭଳି ଥିଲା । ସେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ ।
ଏବେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ଏହି ବ୍ୟକ୍ତି ଜଣକର ମୃ-ତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସେ କେବଳ ଦେଶ ପାଇଁ ନୁହେଁ ବରଂ ତାଙ୍କ ଗାଁ ପାଇଁ ଅନେକ କିଛି କରିଛନ୍ତି । ସେ ଦେଶ ପାଇଁ ୧୯୬୨ ମସିହାରେ , ୧୯୬୫ ମସିହାରେ ଏବଂ ୧୯୭୧ ମସିହାରେ ଚୀନ ଓ ପାକିସ୍ତାନ ବିରୋଧରେ ଲଢେଇ କରିଥିଲେ । ସେ ୧୯୭୫ ମସିହାରେ ଭାରତୀୟ ସେନାରୁ ଅବସର ନେଇଥିଲେ । ସେ ଅବସର ନେବା ପରେ ତାଙ୍କ ଗ୍ରାମର ସଭାପତି ହୋଇଥିଲେ । ଆଉ ସେ ତାଙ୍କ ଗ୍ରାମ ପାଇଁ ଅନେକ କିଛି କାମ କରିଥିଲେ ।
ସେ ଜଣେ ଭଲ ବ୍ୟକ୍ତି ଥିଲେ । ଆଉ ଏଭଳି ବ୍ୟକ୍ତିତ୍ବଙ୍କୁ ହରାଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି । ଅବସର ପ୍ରାପ୍ତ ଭାରତୀୟ ସୈନିକ ଯୁଧିଷ୍ଟିର ବେହେରାଙ୍କୁ ତାଙ୍କ ଗ୍ରାମର ସୈନିକ ସଂଘ ତରଫରୁ ଶେଷ ସମ୍ମାନ ଦିଆ ଯାଇଥିଲା । ତାଙ୍କ ବିୟୋଗରେ ସମସ୍ତେ ଭାଙ୍ଗି ପଡିଛନ୍ତି । ତାଙ୍କ ଦେହାନ୍ତ ଖବର ପାଇବା ପରେ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ସେହି ସ୍ଥାନରେ ସମାଜସେବୀ ପହଞ୍ଚିଥିଲେ । ଏବେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି ।