ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବୋରୱେଲରୁ ଉଦ୍ଧାର ହୋଇ କୁନି ଝିଅଟି ପାଇଥିଲା ନୂଆ ଜୀବନ। ମୃତ୍ୟୁ ଉପରେ ବିଜୟ କରି ଫେରିବାରୁ ନାଁ ହେଲା ବିଜୟିନୀ। ଆଜି ହେଉଛି ବିଜୟିନୀର ଅନ୍ନପ୍ରାସନ। ସମ୍ବଲପୁର ରେଙ୍ଗାଲି ଲାରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ମୃତ୍ୟୁକୁ ଜୟ କରି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ବିଜୟିନୀକୁ ଆଜି ୭ ମାସ ପୁରିଯାଇଛି। ଶିଶୁ କେନ୍ଦ୍ରରେ ପାଳନ ହେଉଛି ବିଜୟିନୀର ଅନ୍ନପ୍ରାସନ ଉତ୍ସବ।
ଏହି ଦିନରେ ବିଜୟିନୀର ସେହି ଅତୀତକୁ ମନେ ପକାଇ କାନ୍ଦି ଉଠିଛନ୍ତି ଶିଶୁ କେନ୍ଦ୍ରର ଅଧିକାରୀ। ଶିଶୁ କେନ୍ଦ୍ରର ଅଧିକାରୀ ବିଜୟିନୀଙ୍କୁ କୋଳରେ ଧରି ନିଜ ହାତରେ ଅର୍ଣ୍ଣ ଖୁଆଇବା ସହ କ୍ଷୀରରେ ପାଦ ଦେଇଲା ବେଳେ ବିଜୟିନୀଙ୍କୁ ଦେଖି ଅଧିକାରୀଙ୍କ ଆଖିରୁ ବୋହି ପଡିଲା ଲୁହ। ସମ୍ବଲପୁର ମାନେଶ୍ୱର ବ୍ଲକର ଛଚାନପାଲିର ରୁକ୍ମିଣୀ ଲାଠ ବାଳ ନିକେତନ ରେ ଆଜି ବେଶ୍ ଉତ୍ସାହ ର ସହ ବିଜୟିନୀର ଅନ୍ନପ୍ରାସନ୍ କାର୍ଯ୍ୟକ୍ରମ କରାଯାଉଛି।
୬ ମାସ ଯାଏଁ ତରଳ ବେବିଫୁଡ୍ ଖାଉଥିଲା ବିଜୟନୀ। କିନ୍ତୁ ଆଜିଠୁ ପ୍ରଥମ କରି ଅନ୍ନ ଛୁଇଁବ ଓ ତାପରେ ବାହୁଡ଼ାରେ ଆଜି ରଥାରୂଢ଼ ଜଗନ୍ନାଥ ଦର୍ଶନ କରିବ, ରଥ ଛୁଇଁବ। ଜନ୍ମର ମାତ୍ର କିଛି ଘଣ୍ଟା ପରେ ନିଜ ଜନ୍ମ କଲା ମାଆ ତାକୁ ପରିତ୍ୟକ୍ତ ବୋରୱେଲରେ ଫିଙ୍ଗି ଦେଇଥିଲା ହେଲେ ଏ ଶିଶୁକନ୍ୟା ମୃତ୍ୟୁ କୁ ଜୟ କରି ସୁରକ୍ଷିତ ଭାବରେ ଉଦ୍ଧାର ହୋଇପାରିଥିଲା। ମୃତ୍ୟୁ କୁ ଜୟ କରିଥିବାରୁ ତାର ନାଁ ବିଜୟିନୀ ଦିଆଯାଇଛି।
ଆଜି ଅନାଥ ଆଶ୍ରମର ସବୁଠୁ ଛୋଟ ଗେହ୍ଲାଝିଅର ଆଜି ଅନ୍ନପ୍ରାସନ । ଆଜି ବରଗାଁର ଜଗନ୍ନାଥ ମନ୍ଦିରରୁ ତା ପାଇଁ ସ୍ୱତନ୍ତ୍ର ଅନ୍ନଭୋଗ ଅଣାଯାଇଛି । ଆଶ୍ରମର ସବୁ ସେବିକା ମାନଙ୍କ ଗେହ୍ଲା ସାଜିଛି ବିଜୟିନୀ । ଆଶ୍ରମ ଆସିବା ଦିନ ଠୁ ଆଜି ଯାଏଁ ସେ କେବେ ଦିନେ ଅସୁସ୍ଥ ହୋଇନି କି ମେଡିକାଲ ଯାଇନି ବୋଲି କୁହନ୍ତି ଆଶ୍ରମ ଅନ୍ତେବାସୀ ।