ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ସୋସିଆଲ ମିଡିଆରେ ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ମା କୋଳରୁ ପୁଅକୁ ଟାଣି ନେଲା ଚିତାବାଘ। ଆଉ ଜଙ୍ଗଲକୁ ଟାଣି ନେଇ ଖାଇଦେଲା। ଗାଁ ମୁଣ୍ଡ ଜଙ୍ଗଲରେ ପଡ଼ିଛି କୁନି ପୁଅର ବଳା। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପଡୋଶୀ ରାଜ୍ୟ ଛତିଶଗଡ ସୀମାନ୍ତ ଧମତରୀ ଜିଲ୍ଲା ବିର୍ଗୁରୀ ଜଙ୍ଗଲ ପାଖରେ ଥିବା କରମୁଦ ଗାଁରେ।
ମଣିଷଖିଆ ବାଘଟି ମଧ୍ୟ ଚିତା ନଦୀ ଅଭୟାରଣ୍ୟର ରସିରେ ଖସି ଥିଲା। ପରେ ଖସି ଜଙ୍ଗଲ ମଧ୍ୟକୁ ଚାଲିଯାଇଛି। ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଆ-କ୍ର-ମ-ଣ କରିଥିବା ବେଳେ ସେ ଏବେ ନିକଟସ୍ଥ ଡାକ୍ତରଖାନାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ଘଟଣା ଅନୁଯାଇ ସନ୍ଧ୍ୟା ୭ଟା ସମୟରେ ଯୋଗେଶ ମରକାମଙ୍କ ୩ବର୍ଷର ପୁଅ ହ୍ରିତିକ୍ ଘର ବଗିଚାକୁ ହାତ ଧୋଇବାକୁ ଯାଇ ଘରକୁ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ହ୍ରିତିକର ପତ୍ତା ମିଳିନଥିଲା।
ଖୋଜାଖୋଜି ସମୟରେ ବାଘର ପାଦଚିହ୍ନ ସହ ପୁଅ ପାଦର ବଳା ଠାବ କରିବା ପରେ ଶିଶୁଟିଙ୍କୁ ବାଘ ଟାଣିନେଇଥିବା ପରିବାର ଲୋକ ଆଶଙ୍କା ଥିଲେ। ଆଶଙ୍କା କରାଯାଉଛି ଯେ ଚିତାବାଘଟି ଶିଶୁ ଉପରେ ଆ-କ୍ର-ମ-ଣ କରିଥିଲା। ଏହା ପରେ ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ବନବିଭାଗର ଟିମ୍ ଖୋଜାଖୋଜି କରିବା ସହ ଶିଶୁଟିର ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ଠାବ କରିଛି। ବାଘଟି ଗାଁର ଚାରିପାଖେ ବୁଲୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।