Aug 23, 2024, 16:57 IST

ଡାକାରେ ରହି ଓଡ଼ିଶାରେ କରୁଥିଲେ ଏହି ସାଙ୍ଘାତିକ କାଣ୍ଡ ଦେଖନ୍ତୁ ଆସିଲା ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସିମ ବକ୍ସ ମାଷ୍ଟର ମାଇଣ୍ଡର ଖୋଲୁଛି ଗୁମର। ଭୁବନେଶ୍ୱର ଓ କଟକରେ ସିମ ବକ୍ସ ଜବତ ଘଟଣାରେ ଖୋଳତାଳ ଚଳାଇଛି କମିଶନର ରେଡ ପୋଲିସ। ଏହି ଘଟଣାରେ ଗିରଫ ହେଇଥିବା ପଶ୍ଚିମବଙ୍ଗ ବାସିନ୍ଦା ରାଜୁ ମଣ୍ଡଳ ଠାରୁ ସତ ବାହାର କରୁଛି ପୋଲିସ। ଗତ ଶୁକ୍ରବାର ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଭଡ଼ାଘରୁ ପ୍ରଥମେ ଏକ ସିମ ବକ୍ସ ଜବତ କରିଥିଲା କମିଶନର ରେଡ ପୋଲିସ। ଏହାକୁ ଚଳାଇଥିବା ଅଭିଯୋଗରେ ରାଜୁ ମଣ୍ଡଳକୁ ଗିରଫ କରାଯାଇଥିଲା। ଆଉ ତାକୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣି ଜେରା କରିବ ପରେ କଟକର ଏକ ଭଡ଼ାଘରୁ ମଧ୍ୟ ସିମ ବକ୍ସ ଜବତ ହେଇଥିଲା। ଏହାପରେ ରାଜୁ ଠାରୁ ମିଳିଥିବା ତଥ୍ୟ ଆଧାରରେ ରାଞ୍ଚି ଯାଇ ସେଠାରୁ ମଧ୍ୟ ସିମ ବକ୍ସ ଜବତ କରିଥିଲା ପୋଲିସ। 
Gh
ଅସଦୁର୍ ଜମାନ ନାମକ ଜଣେ ବାଂଲାଦେଶୀ ଏହି ସିମ ବକ୍ସ ରାକେଟାର ମାଷ୍ଟର ମାଇଣ୍ଡ ହେଇଥିବା ବେଳେ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ସେ ଲଗାଇଥିଲା ସିମ ବକ୍ସ। ଢାକାରେ ବସି ଅସଦୁର ଭୁବନେଶ୍ୱର ଓ ରାଞ୍ଚିରେ ସେଟପ ହେଇଥିବା ସିମ ବକ୍ସକୁ ଅପରେଟ୍ କରିବା ସହିତ କଣ୍ଟ୍ରୋଲ ବି କରୁଥିଲା। ସ୍ମାର୍ଟ୍ ସୁଇଜ୍ ଦ୍ୱାରା ଅସଦୁର ସେଠାରୁ ଥାଇ ସିମ ବକ୍ସକୁ ନିଜ ନିୟନ୍ତ୍ରଣରେ ରଖିଥିଲା ବୋଲି ଅଭିଯୁକ୍ତ ରାକୁ ମଣ୍ଡଳକୁ ପଚରାଉଚରା ବେଳେ ଜଣାପଡିଛି। ପୋଲିସ କମିଶନରଙ୍କ ସୂଚନା ଅନୁସାରେ ଭୁବନେଶ୍ଵର ଓ ରାଞ୍ଚିରେ ବସିଥିବା ସିମ ବକ୍ସରେ ଲାଗିଥିଲା ସ୍ମାର୍ଟ ସୁଇଜ। 
Gg
ଅସଦୂର୍ ଢାକାରେ ରହି ଏହାକୁ କଣ୍ଟ୍ରୋଲ କରୁଥିଲା। ଢାକାରେ ଅସଦୂର୍ ଆଇକନ୍ ଟେକ୍ନୋଲଜି ନାମକ ଏକ ସଫ୍ଟୱେୟାର କମ୍ପାନୀ ଚଳାଇଥିଲା। ଅସଦୂର୍ ସେହି କମ୍ପାନୀର ମାଲିକ ହେଇଥିବା ବେଳେ ନିଜେ ପରିଚାଳନା କରୁଥିଲା। ଅସଦୁର୍ ଅତି ସତର୍କତାର ସହ କଟକ, ଭୁବନେଶ୍ଵର ଓ ରାଞ୍ଚିରେ ଘର ଭଡ଼ା ନେଇ ସିମ ବକ୍ସ ଲଗାଇଥିଲା। ଏହାର ବୁଝାସୁଝା କରିବା ପାଇଁ ସେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ରଖିଥିଲା। ରାଜୁ ଏସବୁ ସ୍ଥାନକୁ ଭିନ୍ନ ଭିନ୍ନ ସମୟରେ ଯାଇ ସମସ୍ତ ସିମ ବକ୍ସର ଦେଖାରଖା କରୁଥିଲା। ସନ୍ଦେହ ନହେବା ପାଇଁ ନିର୍ଦ୍ଧାରିତ ସମୟରେ ଘର ମାଲିକଙ୍କୁ ଭଡ଼ା ବି ଦେଉଥିଲା। ଅସଦୁର ଭାରତରେ ଦୁଇମାସ ପାଇଁ ରହିଥିଲା। ଅସଦୁର ଅଗରତାଲା ବାଟରେ ଆସି ପଶ୍ଚିମବଙ୍ଗ ବାଟେ ବାଂଲାଦେଶକୁ ପଳାଇଥିଲା। 
ରାଜୁ ମଣ୍ଡଳକୁ ପଚରାଉଚରାରୁ ଆହୁରି ଜଣାପଡିଛି ଯେ, ଲାଯାଇଥିବ ସିମ ବକ୍ସ ଗୁଡ଼ିକ ପାଇଁ ୩ଟି ଇଣ୍ଟ୍ରନେଟ୍ କନେକ୍ସନ୍ ନିଆଯାଇ ୮୦୦ ରୁ ଅଧିକ ସିମ ଅପରେଟ କରାଯାଉଥିଲା। ତେବେ ଏହି ସିମ ଦ୍ୱାରା କାହା କାହା ପାଖକୁ କଲ ଯାଇଥିଲା ସେସବୁ ସମ୍ପର୍କରେ ତଦନ୍ତ କରାଯିବ। ଅଭିଯୁକ୍ତ ରାଜୁ ମଣ୍ଡଳର ରିମାଣ୍ଡ ଅବଧି ଗୁରୁବାର ସରିଥିବା ବେଳେ ତାକୁ ଆହୁରି ପଚରାଉଚରା ପାଇଁ କମିଶନର ରେଡ ପୋଲିସ ଆଉ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାପଡିଛି। ଅସଦୂର୍ ବିରୋଧରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରିବା ପରେ ତାକୁ ଗିରଫ କରିବା ପାଇଁ କମିଶନର ରେଡ ପୋଲିସ ଇଣ୍ଟ୍ରପୋଲର ସହାୟତା ବି ନେଇ ପାରେ।

Advertisement