ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ମହାଦେବ କଲେ ବଡ ଚମତ୍କାର। ସୋମବାର ଦିନ ମନ୍ଦିରରେ ଦେଖିବାକୁ ମିଳିଛି ଅଲୌକିକ ଦୃଶ୍ୟ। କାଉଡ଼ିଆ ମାନେ ଶିବଲିଙ୍ଗରେ ପାଣି ଢ଼ାଳୁ ଢ଼ାଳୁ ହଠାତ ବାହାରିଲେ ନାଗ ଦେବତା। ନାଗ ଦେବତାଙ୍କୁ ଦେଖି ମୁଣ୍ଡିଆ ମାରିଲେ ଶହ ଶହ ଭକ୍ତ।
ଜଳଲାଗି କରୁଥିଲେ କାଉଡ଼ିଆ ମାନେ ଆଉ ଏହାରି ଭିତରେ କାଉଡ଼ିଆଙ୍କୁ ଦେଖି ହଠାତ ଶିବଲିଙ୍ଗରୁ ବହାରି ଆସିଲେ ନାଗ ଦେବତା। ଭକ୍ତଙ୍କ ଦେଖି ଫଣା ଟେକି ଦର୍ଶନ ଦେଉଛନ୍ତି ନାଗ ଦେବତା। କାଉଡ଼ିଆ ମାନେ ଶିବଲିଙ୍ଗରେ ନାଗ ଦେବତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲେ। ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ଶହ ଶହ ଭକ୍ତଙ୍କ ସ୍ଵୟଂ ମହାଦେବ ଆବିର୍ଭାବ ହେଇ ଶିବଲିଙ୍ଗରେ ଗୁଡ଼ାଇ ହେଇ ଦର୍ଶନ ଦେଇଛନ୍ତି।
କାଉଡ଼ିଆ ମାନଙ୍କ ସହ ଭକ୍ତ ମାନେ ଦେଖି ମୁଣ୍ଡିଆ ମାରି ପୂଜା ଅର୍ଚ୍ଚନା କରିଛନ୍ତି। ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡ଼ିଓଟିରେ ଦେଖି ପାରୁଥିବେ। ଶିବଲିଙ୍ଗରେ ଗୁଡ଼ାଇ ହେଇ ରହିଛି ନାଗ ସାପ ସମସ୍ତଙ୍କୁ ଫଣା ଟେକି ଦର୍ଶନ ଦେଉଛନ୍ତି। ଏହାକୁ ଦେଖି ପୂଜକ ବି ଆଶ୍ଚର୍ଯ୍ୟ ହେଇଗଲେ। ପୂଜକ ଜଣଙ୍କ ନଡରି ନାଗ ସାପଙ୍କ ମଥାରେ ହାତ ମାରି ନେଉଛନ୍ତି ଆଶୀର୍ବାଦ। ପୂଜକଙ୍କ ମନରେ ଟିକେ ବି ଡରନଥିଲା କାରଣ ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ସ୍ଵଂୟ ମହାଦେବ ଆବିର୍ଭାବ ହେଇଥିଲେ।
ଦ୍ୱିତୀୟ ସୋମବାରରେ ସମ୍ବଲପୁର ବାଲିବନ୍ଧାର ମହାନଦୀ ପଠାରେ ଥିବା ଶିବ ମନ୍ଦିରରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏଭଳି ବିରଳ ଦୃଶ୍ୟ। ଶିବଲିଙ୍ଗରେ ଗୁଡ଼ାଇ ହୋଇ ଫଣା ଟେକିଛନ୍ତି ନାଗ ଦେବତା। ଆଉ ବୋଲବମ୍ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ଏହି ଦୃଶ୍ୟକୁ ଦେଖିବା ସହିତ ନିଜ ମୋବାଇଲରେ କଏଦ ମଧ୍ୟ କରିଥିଲେ। ଶିବଲିଙ୍ଗରେ ସ୍ଵୟଂ ମହାଦେବଙ୍କୁ ଦେଖି ଶ୍ରଦ୍ଧାଳୁ ମାନେ ଭାବ ବିହୁଳ ହେଇଯାଉଛନ୍ତି।