Jun 23, 2024, 17:57 IST

ପୁରୀରେ ରତ୍ନ ଭଣ୍ଡାରକୁ ନେଇ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ କଣ ହେଲା ଏମିତି

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ଅନେକ ଅଞ୍ଚଳର ଏବଂ ସବୁକିଛି ଖବର ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ ରତ୍ନ ଭଣ୍ଡାରକୁ ଆସିଥିବା ଖବର ସବୁ ଜାଣି ପାରୁଥିବେ । ଏବେ ରତ୍ନ ଭଣ୍ଡାରକୁ ନେଇ ଆସିଛି ବଡ ଖବର । ରତ୍ନ ଭଣ୍ଡାରକୁ ନେଇ ବଡ ଖବର ଦେଲେ ଆଇନ୍ ମନ୍ତ୍ରୀ । ଏବେ ଏହି ଖବର ଶୁଣିବା ପରେ ରାଜ୍ୟବାସୀଙ୍କ ମନରେ କୌତୁହଳ ଭରି ଯାଇଛି । 
Gh
ରାଜ୍ୟରେ ପୁଣି ଥରେ ରତ୍ନ ଭଣ୍ଡାରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଶ୍ରୀମନ୍ଦିରର ରତ୍ନ ଭଣ୍ଡାରକୁ ନେଇ ସବୁବେଳେ ଅନେକ କଥା ଆସୁଛି । ଏବେ ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପୁଣି ରତ୍ନ ଭଣ୍ଡାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଜେପି ସରକାର ଶାସନକୁ ଆସିବା ପୂର୍ବରୁ ଅନେକ କିଛି କଥା କହିଥିଲା । ଆଉ ଏବେ ଏହି ସବୁକୁ ପୂରଣ କରୁଛି । ପୁରୀ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବାକୁ କହିଥିଲେ ବିଜେପି ସରକାର । ଆଉ ଏବେ ଏହି ଚାରି ଦ୍ୱାର ଖୋଲାଯାଇଛି । ବିଜେପି ନିର୍ବାଚନରେ ଅନେକ କଥା ନେଇ ପ୍ରସଙ୍ଗ କରିଥିଲା ।
Vb
ବିଜେପି ସରକାର ଶାସନକୁ ଆସିଲେ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ନିର୍ବାଚନରେ ପ୍ରଚାର କରିଥିଲେ । ତେଣୁ ବିଜେପି ହାତକୁ କ୍ଷମତା ଆସିବା ପରେ କେବେ ରତ୍ନ ଭଣ୍ଡାର ଖୋଲାଯିବ ଏହାକୁ ନେଇ କଥା ଆସୁଥିବା ବେଳେ ଏନେଇ ବଡ ଖବର ଆସିଛି । ବୁଧବାର ଦିନ ରତ୍ନ ଭଣ୍ଡାର କେବେ ଖୋଲାଯିବ ସେହି ତାରିଖ ସାମ୍ନାକୁ ଆସିବା ପରେ ଓଡ଼ିଶାବାସୀଙ୍କ ମନରେ କୌତୁହଳ ବଢ଼ି ଯାଇଥିଲା । ASI ଅଧିକାରୀ ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ବୋଲି କହିଥିଲେ । ଏହାପରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଘୋଷଣା କରିଥିଲେ ।
ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ପଦକ୍ଷେପ ନେଇନାହିଁ । ଆଉ ଏବେ ସେ କହିଛନ୍ତି ଖୁବ୍ ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ । ଏହା ଭିତରେ ଥିବା ଜିନିଷର ତଥ୍ୟ ପ୍ରସ୍ତୁତ କରିବା ଅଳ୍ପ ଦିନର କାମ ନୁହେଁ । ଏଥିପାଇଁ ପୂର୍ବ ଥର ୭୦ ଦିନ ସମୟ ଲାଗିଥିଲା । ଆଉ ଏବେ ରତ୍ନ ଭଣ୍ଡାର ଜଲଦି ଖୋଲାଯିବ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି । ଏହାସହ ବହୁତ ଶୀଘ୍ର ଏହି ତାରିଖ ବାହାର କରାଯିବ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି । ଏହି କଥା ଶୁଣିବା ପରେ ଲୋକମାନଙ୍କ ମନରେ କୌତୁହଳ ସହ ଉତ୍ସାହ ଦେଖାଦେଇଛି ।

Advertisement