Aug 1, 2024, 20:40 IST

ଅଳ୍ପଦିନରେ ନିମ୍ନ ମାନ କାମ ହେଇଥିବା ବେଳେ ମୁଁହ ଖୋଲିଲେ ଛାତ୍ରଛାତ୍ରୀ ଦେଖନ୍ତୁ ସରକାରଙ୍କୁ କଣ କହିଲେ

Bb

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ କରାଯାଇଥିବା କିଛି ସ୍ମାର୍ଟ ସ୍କୁଲ ଏବେ ଅବ୍ୟବସ୍ଥା ଘରରେ। ଏହି ସ୍କୁଲର ମରାମତି ସରିବାର ବର୍ଷେ ନପୁରୁଣୁ ଛାତରୁ ଗଳୁଛି ପାଣି।ସୂଚନା ଅନୁସାରେ ଏହି ପାହିରାଜୁ ଠାରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହାଇସ୍କୁଲ ପାଇଁ ପ୍ରାୟ ୫ ବର୍ଷ ତଳେ ଶିକ୍ଷା ବିଭାଗର ଅନୁମୋଦନ କ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ପୁରାତନ ସ୍କୁଲ୍ ଗୃହ ଗୁଡ଼ିକୁ ପୁଣିଥରେ ବର୍ଷେ ତଳେ ତତ୍କାଳୀନ ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ତିରୀଙ୍ଗିଆ ବ୍ଲକ ପ୍ରଶାସନ ଏହି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତର କରିଥିଲେ। 
Bb
କିନ୍ତୁ ଏହି ବିଦ୍ୟାଳୟର ରୂପାନ୍ତରିତ କାମ ବର୍ଷେ ନପୁରୁଣୁ ସାମାନ୍ୟ ଲଗାତାର ବର୍ଷାରେ ବିଦ୍ୟାଳୟ ଛାତରୁ ପାଣି ଗଳିବାରେ ଲାଗିଛି। ବାହାରୁ ସୁନ୍ଦର ଦେଖାଯାଉଥିବା ଏହି ସ୍କୁଲଟି ଭିତରେ ବହୁ ନିମ୍ନମାନର କାମ ହେଇଥିବା ନିଜେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କ ସହ ବିଦ୍ୟାଳୟ ପରିଚାଳନାର ସଭାପତି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ଏଭଳି ନିମ୍ନମାନର କାମରେ ଦାୟିତ୍ଵରେ ଥିବା ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ପାହିରାଜୁ ଗ୍ରାମବାସୀ ଏବଂ ଅଭିଭାବକ ମାନେ। 
Vb
ତେବେ ବିଦ୍ୟାଳୟର ଏଭଳି ଅବସ୍ଥା ବିଷୟରେ ଦାୟିତ୍ଵରେ ଥିବା ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ, "ପୂର୍ବରୁ ଏହି ବିଦ୍ୟାଳୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରିଥିଲା ସେତେବେଳେ ଛାତ ଉପରେ କୌଣସି ଗ୍ରିଡିଂ କରାଯାଇନଥିଲା ଯାହା ପାଇଁ ପାଣି ଗଳୁଛି। ଆମେ କେବଳ ବିଦ୍ୟାଳୟର ମରାମତି କାମ କରିଥିଲୁ ବୋଲି କହିଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି"। 
ସେପଟେ ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କ ମତଅନୁସାରେ ଏହି ବିଦ୍ୟାଳୟ ନିର୍ମାଣ ସମୟରେ ଛାତରେ କୌଣସି ଗ୍ରିଡ଼ିଂ ହେଇନଥିବା ବ୍ଲକ୍ ପ୍ରଶାସନ ଜାଣିଥିଲେ ମଧ୍ୟ ପ୍ରଥମେ ବିଦ୍ୟାଳୟ ଛାତର ଗ୍ରିଡ଼ିଂ ନକରି ଖାଲି ମରାମତି କରିଦେଇଥିଲେ। ଏହି ନିମ୍ନମାନର କାମ କରିଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମାନେ।

Advertisement