ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।

ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ଆଜିକାଲିର ସମୟରେ କୌଣସି ଜିନିଷ ମାଗଣାରେ ମିଳେ ନାହିଁ। ଏକଥା ଆପଣମାନେ ଭଲ ଭାବରେ ଜାଣିଥିବେ। ତେବେ ଏଭଳି ସମୟରେ କିଛି ଏମିତି ବ୍ୟକ୍ତି ରହିଛନ୍ତି ଯେଉଁମାନେ ଅନ୍ୟମାନଙ୍କର ମଙ୍ଗଳ କାମନା କରିବା ସହିତ ମାଗଣାରେ ଖାଇବାକୁ ଦେଉଛ।

ତେବେ ବନ୍ଧୁଗଣ ରାଜଧାନୀରେ ମିଳୁଛି ମାଗଣା ବିରିୟାନୀ। ଏହା ବିଶ୍ୱାସ ନହେଲେ ବି ସମ୍ପୂର୍ଣ୍ଣ ସତ କଥା। ଏହି ବିରିୟାନୀ ଖାଇବାକୁ ଲୋକଙ୍କର ଭିଡ଼ ଜମୁଥିବା ଦେଖାଯାଉଛି। ପ୍ରକୃତ କଥା ହେଉଛି, ଓଡ଼ିଶା ମୋଟର୍ସ ପକ୍ଷରୁ ଏଭଳି ଏକ ଭିନ୍ନ ପ୍ରୟାସ କରାଯାଇଛି। ରାଜି ରବିବାର ହୋଇଥିବା ବେଳେ ରଜ ଅବସରରେ ଗରିବ ଲୋକଙ୍କ ପାଇଁ ଅଣ୍ଡା ବିରିୟାନୀର ବ୍ୟବସ୍ଥା କରାଯାଇଥିଲା।
ଗତ ୩-୪ ମାସ ହେଲା ଏହି ସଂସ୍ଥା ତରଫରୁ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯାଇ ଆସୁଛି। ପ୍ରତି ଗୁରୁବାର ଓ ରବିବାର ଦିନ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଦିଆଯାଉଛି। ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପରିସରରେ ଏହି ମାଗଣା ଖାଦ୍ୟର ଆୟୋଜନ କରାଯାଇଥିବା ବେଳେ ଏହାଦ୍ୱାରା ବହୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି।