Jul 8, 2024, 20:02 IST

ପୋଷ୍ଟ ଅଫିସରେ ରଖିଲେ ଏତିକି ଟଙ୍କା ଆପଣ ଦୁଇ ବର୍ଷରେ ହୋଇ ପାରିବେ ଲକ୍ଷପତି

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୋଷ୍ଟ ଅଫିସ ଆଣିଛି ଏକ ଦମଦାର ଅଫର୍। ଅର୍ଥ ନିବେଶ କରିବା ପାଇଁ ସରକାରୀ ଯୋଜନା ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ। ଏଥିରେ ଅଧିକ ଲାଭ ମିଳିବା ସାଙ୍ଗକୁ ବିପଦର ଆଶଙ୍କା ମଧ୍ୟ କାମ ଥାଏ। ଏହି ସରକାରୀ ଯୋଜନା ବିଶେଷକରି ମଧ୍ୟବିତ୍ତ ତଥା ଗରିବ ଲୋକ ମାନଙ୍କ ପାଇଁ ଲାଗୁ ହେଇଥାଏ। ଏବେ ପୋଷ୍ଟ ଅଫିସ ତରଫରୁ କିଛି ଯୋଜନା ଲାଗୁ ହେଇଛି। ଏହା ଛୋଟ ସଞ୍ଚୟ ଯୋଜନା ଅଧିନରେ ଆସୁଥିବା। ଡାକ ବିଭାଗ ଅଧିନରେ ଏହିପରି କିଛି ଯୋଜନା ପ୍ରଦାନ କରାଯାଇଛି। 
Vb
ଏହି ଯୋଜନା ମାତ୍ର ୨ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିବାରେ ସାହାର୍ଯ୍ୟ କରିବ। ପୋଷ୍ଟ ଅଫିସ ଦ୍ଵାରା ଏହି ପରିଚାଳିତ ଏହି ଯୋଜନା ମହିଳାଙ୍କ ପାଇଁ ରହିଛି। ଏହା ଦୁଇବର୍ଷରେ ମ୍ୟାଚୁରୁଟି ପିରିୟଡ଼ ପ୍ରଦାନ କରିଥାଏ। ଅର୍ଥାତ୍ ଏହି ଯୋଜନାରେ ଗ୍ରାହକ କେବଳ ଦୁଇବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ପୋଷ୍ଟ ଅଫିସର ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟରେ ଜଣେ ମହିଳା ଏକାଧିକ ଆକାଉଣ୍ଟ ଖୋଲି ବ୍ଯବହାର କରିପାରିବେ। ୨୦୨୩ ମସିହାରେ ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ ଯୋଜନାକୁ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। 
Vv
ଯୋଜନାରେ ଅଧିକ ଲାଭ ମିଳିବାରୁ ଖୁବ୍ କମ ସମୟରେ ଏହା ପୋଷ୍ଟ ଅଫିସର ଫେମସ ଯୋଜନା ଗୁଡିକ ମଧ୍ୟରେ ସାମିଲ ହେଇପାରିଛି। ଅନେକ ମହିଳା ମାନଙ୍କ ପାଇଁ ଏହି ଯୋଜନା ବେଶ୍ ଲାଭଦାୟକ ହେଇପାରିଛି। ଏହି ଯୋଜନା ମଧ୍ୟରେ ସରକାର ୭୫% ସୁଧ ପ୍ରଦାନ କରିଥାନ୍ତି। ଏହି ସ୍ମଲ ସେଭିଂ ଯୋଜନାରେ ସ୍କିମରେ ମାତ୍ର ୨ ବର୍ଷ ପାଇଁ ନିବେଶ କରିପାରିବେ ମହିଳା। ତେବେ ଏହି ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଏହି ଯୋଜନା ଶୁଭାରମ୍ଭ କରାଯାଇଛି। 
ନିବେଶ ଉପରେ ୭୫% ପ୍ରତିଶତ ସୁଧ ଦେବା ସହିତ ଏଥିରେ ଟିଡିଏସ୍ ମଧ୍ୟ ଛାଡ ହେଇଥାଏ। ସିବିଡିଟି ମୁତାବକ ସିନିୟର୍ ସିଟିଜେନଙ୍କ ମାମଲାରେ ଟିଡିଏସ୍ ଏହି ଯୋଜନାରେ ବରିଷ୍ଠ ନାଗରିକ କ୍ଷେତ୍ରରେ ଆର୍ଥିକ ବର୍ଷରେ ମିଳିଥିବା ସୁଧ ୪୦ ରୁ ୫୦ ହଜାର ଟଙ୍କା ଥିବା ବେଳେ ଏହି ଯୋଜନା ଉପରେ ଟିଡିଏସ୍ ଲାଗୁ ହେବ। ତେବେ ମହିଳା ମାନେ ଯଦି ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ତାହାଲେ ନିକଟସ୍ଥ ପୋଷ୍ଟାଲକୁ ଯାଇ ଏହି ଯୋଜନାରେ ସାମିଲ ହେଇପାରିବେ।

Advertisement