ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ବର୍ଷା ଦିନେ ମାଛ ଖାଉଥିଲେ ହେଇଯାଆନ୍ତୁ ସାବଧାନ। ଭୁଲରେ ବି ମାଛ ମୁଣ୍ଡ ଖାଆନ୍ତୁ ନାହିଁ। ପ୍ରାୟତଃ ଅନେକ ଲୋକ ମାଛ ଖାଇବାକୁ ପସନ୍ଦ କରନ୍ତି। କାରଣ ଏହା ସ୍ବାସ୍ଥ୍ୟ ପାଇଁ ଭଲ। ଏହାର ଟେଷ୍ଟ ମଧ୍ୟ ଭଲ ଲାଗେ। କିନ୍ତୁ ଅଧିକାଂଶ ଲୋକ ମାଛ ଉପେକ୍ଷା ତା'ର ମୁଣ୍ଡ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ବର୍ଷା ଦିନେ ମାଛ ଖାଇବା ଅନେକ ରୋଗର କାରଣ ହେଇଥାଏ। ବର୍ଷା ଋତୁରେ ପାଣି ଅଧିକ ରହିଥାଏ ଦୂଷିତ।
ଫଳରେ ମାଛ ପାଣିରେ ରହୁଥିବାରୁ ମାଛରେ ମଧ୍ୟ ବ୍ୟାକ୍ଟେରିଆ ରହୁଥାନ୍ତି। ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ। କିଛି ବ୍ୟକ୍ତିଙ୍କର ଅନେକ ପ୍ରକାରର ମାଛ କିମ୍ବା ସାମୁଦ୍ରିକ ଖାଦ୍ୟ ପ୍ରତି ଆଲାର୍ଜି ରହିଥାଏ। ମୌସୁମୀ ସମୟରେ ଏହି ଆଲାର୍ଜି ଅଧିକ ଖରାପ ହେଇପାରେ। ଯେତେବେଳେ ପ୍ରତିରକ୍ଷା ପ୍ରଣାଳୀ ଅଧିକ ଦୁର୍ବଳ ହେଇଥାଏ ସେତେବେଳେ ରୋଗ ଶୀଘ୍ର ଆକ୍ରାନ୍ତ କରିଥାଏ। ଯାହାଫଳରେ ମୁହିଁ ଓଠ, ଜିଭ କିମ୍ବା ଗଳା ଫୁଲି ଯିବା ଆଉ ନିଃଶ୍ୱାସ ନେବାରେ ଅସୁବିଧା କିମ୍ବା ମୁଣ୍ଡ ବୁଲେଇବା ସହିତ ପେଟ ଯନ୍ତ୍ରଣା ଓ ବାନ୍ତି ଭଳି ଲକ୍ଷଣ ଦେଖା ଦେଇଥାଏ।
ବର୍ଷା ପାଣି ଶରୀରରେ ପରଜୀବୀ ମାନଙ୍କର ବିକାଶ ପାଇଁ ପରିବେଶକୁ ଅନୁକୂଳ କରେ। ମାଛ ଓ ମାମୁଦ୍ରିକ ଖାଦ୍ୟରେ ଏହି ପରଜୀବୀ ରହିପାରେ। ଯେମିତିକି ଚାପ୍ରରମ୍, ରାଉଣ୍ଡରମ୍ ଏବଂ ଫ୍ଲୋକା ଏହି ସଂକ୍ରମଣ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ସଂକ୍ରମିତ ସାମୁଦ୍ରିକ ଖାଦ୍ୟ ଖାଇବା ପରେ ଝାଡା, ଶରୀରର ଫୁଲିଯିବା କିମ୍ବା ଗ୍ୟାସ ଭଳି ସମସ୍ୟା ଦେଖାଦିଏ। ଆଉ ଗୁରୁତ୍ୱର ଅବସ୍ଥାରେ ଅନ୍ୟଅଙ୍ଗ ମଧ୍ୟ ପ୍ରଭାବିତ ହେଇପାରେ।
ଏହାକୁ ବାଦ୍ ଦେଲେ ମର୍କ୍ୟୁରି ହେଉଛି ଏମିତି ଏକ ବିଷାକ୍ତ ଭାରି ଧାତୁ ଯାହା ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଟିସୁରେ ଜମା ହେଇ ରହିଥାଏ। ଆଉ ଯେତେବେଳେ ଆମେ ସେହି ଦୂଷିତ ଖାଦ୍ୟ ଖାଇଥାଉ ସମୟ ସହିତ ଏହା ଶରୀରରେ ବିପର୍ଜନକ ମର୍କ୍ୟୁରି ତିଆରି କରିବାର ସମ୍ଭାବନା ବଢାଏ। ଯାହାଫଳରେ ଦେହ ଥରିବା, ମନବଳ ପରିବର୍ତ୍ତନ, ସ୍ମରଣଶକ୍ତି ହ୍ରାସ ଆଉ ମାଂସପେଶୀ ଦୁର୍ବଳତା ଭଳି ଲକ୍ଷଣମାନ ଦେଖାଦିଏ। ଏହି କାରଣ ପାଇଁ ବର୍ଷା ଦିନେ ମାଛ ଖାଇବା ଠାରୁ ଦୂରେଇ ରହିବା ଉଚିତ।