Jun 13, 2024, 17:07 IST

ଏହି ପ୍ରକାର ଲିଙ୍କରେ ଆପଣ କ୍ଲିକ୍ କଲେ ଚାଲିଯିବ ସବୁ ତଥ୍ୟ ଦେଖନ୍ତୁ ଆଉ ରୁହନ୍ତୁ ସାବଧାନ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Fg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର କେସ ବଢ଼ି ବଢ଼ି ଚାଲିଛି। ଅନଲାଇନ ଠକେଇ କରିଥିବା ଲୋକ ମାନେ ଲୁଟ କରିବା ପାଇଁ ବିଭିନ୍ନ ପ୍ରକାର ଆଇଡିଆ ଆପଣାଉଛନ୍ତି। ଏହାରି ମଧ୍ୟରେ ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏକ ଚେତାବନୀ ମେସେଜ ଜାରି କରାଯାଇଛି। 
Vv
ଯାହା ମଧ୍ୟରେ ଗ୍ରାହକଙ୍କୁ ଏକ ଲିଙ୍କ ଉପରେ କ୍ଲିକ କରିବାକୁ କରାଯାଇଛି ବାରଣ। ବାସ୍ତବରେ ସୋସିଆଲ ମିଡିଆରେ ଏସବିଆଇ ବ୍ୟାଙ୍କର ଏକ ପୋଷ୍ଟ ଏବେ ଭାଇରାଲ ହେଉଛି। ଯେଉଁଠି ଏସବିଆଇ ବ୍ୟାଙ୍କ ଗ୍ରାହକଙ୍କୁ କୌଣସି ଲିଙ୍କ ଉପରେ କ୍ଲିକ କରିବାକୁ ବାରଣ କରାଯାଇଛି। ସାବର୍ ଲୁଟେରା ମାନେ ଲୋକଙ୍କ ଫୋନକୁ ଗୋଟିଏ ଲିଙ୍କ ପଠାଉଛନ୍ତି। ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଏସବିଆଇର ପର୍ନ ରିଟିନ୍ କରିବାକୁ ସେଥିରେ କୁହାଯାଉଛି। 
ଆଉ ଏହାପରେ ଯଦି କେହି ସେହି ଲିଙ୍କ ଉପରେ କ୍ଲିକ କରି ଦେଉଛନ୍ତି ତେବେ ସଙ୍ଗେ ସଙ୍ଗେ ସେମାନଙ୍କ ଫୋନରେ ଏକ ଏପିକେ ଫାଇଲ ଡାଉନଲୋଡ ହେଇଯାଉଛି। ଏହାପରେ ସାଇବର ଲୁଟେରା ମାନେ ୟୁଜରଙ୍କ ଫୋନ ହ୍ୟାକ କରିବାର ସହଜ ଉପାୟ ମଧ୍ୟ ପାଇଯାଉଛନ୍ତି। ଆଉ ଏହା ପରେ ୟୁଜରଙ୍କ ଆକାଉଣ୍ଟରୁ ଗୋଲ ହେଇଯାଉଛି ସବୁ ଟଙ୍କା। ଏହାଛଡା ସାଇବର ଅପରାଧୀ ଏହାର ଭୁଲ ବ୍ୟବହାର ମଧ୍ୟ କରି ପାରନ୍ତି।

Advertisement