ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ନେଇ ଆସିଥିବା ଖବର ବିଷୟରେ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଘରେ କାମ କରୁଥିବା ଯୁବତୀ ବର୍ଷା ଏବେ ତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ।
ଏବେ ଏହି ଘଟଣାକୁ ନେଇ ଅଭିନେତା ମିଟୁ ମିଥୁନ କିଛି କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସେ କହିଛନ୍ତି " ରିୟା ଯଦି ତୁ ଠିକ୍ ଅଛୁ ତାହେଲେ ସାମ୍ନାକୁ ଆସେ ଆଉ ତୋ ସହିତ ଓଡ଼ିଆ ହିରୋ ମିଟୁ ମିଥୁନ ଅଛି " । ଆଉ ଯଦି ତୁ ଭୁଲ ଅଛୁ ତାହେଲେ ତତେ ଦଣ୍ଡ ମିଳିବ । ଏବେ ଏହି ଘଟଣାର ତଦନ୍ତ ହେବା ଦରକାର । ଓଡ଼ିଆ ସିନେମା ଜଗତକୁ ଚାରି କୋଟି ଲୋକ ଭଲ ପାଆନ୍ତି । ଓଡ଼ିଆ ସିନେମା ଜଗତ ଦିନେ ବହୁତ ଉପରେ ଥିଲା ଆଉ ଏବେ ଏହା ଖସି ଯାଇଛି ।
ନବୀନ ସରକାର ଓଡ଼ିଆ ସିନେମା ଜଗତ ପାଇଁ ୨୦୦ କୋଟି ଟଙ୍କା ଦେଇଥିଲେ । ଏବେ ଓଡ଼ିଆ ସିନେମା ଜଗତ ପୁରା ବଦନାମ ହୋଇ ଅଛି । ଆଉ ଓଡ଼ିଆ ସିନେମା ଜଗତ ଅନୁ ଚୌଧୁରୀ ଅମଳରୁ ଏଭଳି ତଳକୁ ଖସି ଗଲାଣି । ଓଡ଼ିଆ ସିନେମା ପାଇଁ ସିନେମା ହଲ୍ ନାହିଁ । ଯଦି ରିୟା ଘଟଣା ସତ ହୋଇଥିବ ତାହେଲେ ଏନେଇ ପୋଲିସ ଆକ୍ସନ ନେବ ବୋଲି ଅଭିନେତା ମିଟୁ ମିଥୁନ କହିଛନ୍ତି । ସେ ଏହି ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀକୁ ଖୋଜିବାକୁ କହିଛନ୍ତି । ଏହି ଘଟଣା ଚାପିବାକୁ ଚାହିଁଲେ ଏହା ଚପିବ ନାହିଁ ।
ଏବେ କଳିଯୁଗ ଶେଷ ହୋଇ ଆସିଲାଣି ଏବଂ ସତ୍ୟଯୁଗ ହେବାକୁ ଆସିଲାଣି । ଏବେ ସମସ୍ତେ ସଚେତନ ରହି ଯାଆନ୍ତୁ । ମିଟୁ ମିଥୁନ କହିଛନ୍ତି ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ଆଉ ପ୍ରକୃତ ଦୋଷୀ ଦଣ୍ଡ ପାଇବା ଉଚିତ୍ । ଏହି ଘଟଣାର ଆକ୍ସନ ହେବା ଉଚିତ୍ ଆଉ ସେ ସବୁବେଳେ ସତ୍ୟ ସହ ଅଛନ୍ତି ବୋଲି କହିଛନ୍ତି । ଏହାସହ ଅଭିନେତା ମିଟୁ ମିଥୁନ ଅନେକ କିଛି କଥା ଓଡ଼ିଆ ସିନେମା ଜଗତକୁ ନେଇ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସେ ଅନେକ କଥା କହିବା ସହ ଏବେ ଚର୍ଚ୍ଚାରେ ଅଛନ୍ତି ।