Jun 13, 2024, 17:04 IST

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କରିବେ ଏହି ବଡ଼ କାମ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର ଏହି ୪ କାମ ପାଇଁ ଏବେ ଫୋକୋସ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବୁଧବାର ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଲୋକସେବା ଭବନରେ ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର। ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପ୍ରଥମ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର। କ୍ୟାବିନେଟ୍‌ ବୈଠକ ପରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 
Cg
1- ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ରାଜ୍ୟ ସରକାରଙ୍କ ସବୁଠୁ ବଡ ଘୋଷଣା। କାଲି ଠାରୁ ଶ୍ରୀମନ୍ଦିରର ୪ଟି ଯାକ ଦ୍ବାର ଖୋଲାଯିବ। ଭକ୍ତଙ୍କ ପାଇଁ ପୂରାପୂରି ଖୋଲାହେବ ୪ ଦ୍ବାର। ଆଉ ରହିବନି କୌଣସି ବାଧାବିଘ୍ନ। କାଲି ସକାଳ ଠାରୁ ଆରାମରେ ଦର୍ଶନ କରିପାରିବେ ଭକ୍ତ। ଶ୍ରୀମନ୍ଦିରର ୪ଟି ଯାକ ଦ୍ବାର ଖୋଲା ରହିବ। ଭକ୍ତଙ୍କ ସଂଖ୍ୟା ବୃଦ୍ଧି କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ନିଷ୍ପତ୍ତି। 
Hh
୨- ଶ୍ରୀମନ୍ଦିର ପାଇଁ ୫ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯିବ।
୩- ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଆସିବ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ।
୪- ମହିଳା ସଶକ୍ତିକରଣ ଉପରେ ନୂଆ ସରକାର ଗୁରୁତ୍ୱ ଦେଇଛନ୍ତି। ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ। ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଏହି ୪ଟି ବଡ଼ ନିଷ୍ପତ୍ତି ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ନିଆଯାଇଛି।

Advertisement