ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ସୁଭଦ୍ରା ଯୋଜନାକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ଅନେକ ବିଷୟରେ ସୂଚନା ପାଇପାରିବେ । ସୁଭଦ୍ରା ଯୋଜନା ଆଣିବେ ବୋଲି ବିଜେପି ସରକାର କହିଥିଲେ ।
ବିଜେପି ସରକାର ଶାସନକୁ ଆସିବା ପରେ ଏବେ ସୁଭଦ୍ରା ଯୋଜନା ଆଣିଛନ୍ତି । ଆଉ ଏହି ଯୋଜନା ସମସ୍ତ ମହିଳାଙ୍କୁ ମିଳିବ । ବିଧବା ଭତ୍ତା ପାଉଥିବା ବିଧବା ମାଆ ମଧ୍ୟ ସୁଭଦ୍ରା ଯୋଜନା ପାଇବେ । ଆଜି ବିଧାନସଭାରେ ସଭ୍ୟ ଆଉ ସଭ୍ୟାମାନେ ଯେଉଁ କଥା କହୁଛନ୍ତି ତାହା ଠିକ୍ ନୁହେଁ । ସୁଭଦ୍ରା ଯୋଜନା ବହି ଉପରୁ ଦେଖି ସେମାନେ ଅନେକ ମନ୍ତବ୍ୟ ଦେଇ ଦେଉଛନ୍ତି ଯାହା ଠିକ୍ ନୁହେଁ । ସୁଭଦ୍ରା ଯୋଜନା ହେଉଛି ଏକ ଯୁଗାନ୍ତକାରୀ ଯୋଜନା । ଆଉ ଏବେ ଏହା ସାକାର ହେଉଛି ।
ସୁଭଦ୍ରା ଯୋଜନାକୁ ନେଇ କେହି ଭ୍ରମିତ ହୁଅନ୍ତୁ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ । କିନ୍ତୁ ଏବେ ଏହାକୁ ନେଇ ଅନେକ କଥା ଆସୁଛି । ସୁଭଦ୍ରା ଯୋଜନା ଯାହା କହିଥିଲେ ତାକୁ ନେଇ ସେହି ରୂପ ମଧ୍ଯ ଦେଇଛନ୍ତି ସରକାର । ଆଉ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ୍ ମଧ୍ୟ କରାଯାଇଛି । ୭୦ ଦିନରେ ଗୋଟିଏ କ୍ୟାବିନେଟ୍ ହେବ ଆଉ କ୍ୟାବିନେଟ୍ ପାସ ହେବା ବଡ କଥା । ମହିଳାମାନେ ଏହି ଯୋଜନା ଅନୁସାରେ ବଡ ହେବାକୁ ସ୍ବପ୍ନ ଦେଖିପାରିବେ । ଛାତ୍ରୀମାନେ ମଧ୍ଯ ଏହାର ଲାଭ ପାଇପାରିବେ ।
ପରିବାରରେ ଯେତେ ମହିଳା ଅଛନ୍ତି ସମସ୍ତେ ଏହି ଯୋଜନା ପାଇପାରିବେ । ଯେଉଁ ମହିଳାମାନେ ଏହାର ଲାଭ ପାଇବେ ସେମାନେ ଉନ୍ନତି କରିବେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅଛି ଯେଉଁ ମହିଳା ଏହି ଯୋଜନା ଡିଜିଟାଲ ହିସାବରେ କାମ କରିବେ ତାଙ୍କୁ ୫୦୦ ଟଙ୍କା ଅଧିକ ମିଳିବ । ଏବେ ଏହି ସୁଭଦ୍ରା ଯୋଜନା ୨୧ ବର୍ଷ ରୁ ୬୦ ବର୍ଷ ଭିତରେ ଥିବା ମହିଳାଙ୍କୁ ମିଳିବ । ବିଧାନସଭାରେ ଏହି ସୁଭଦ୍ରା ଯୋଜନାକୁ ନେଇ ଅନେକ କଥା ଆସୁଛି । ଏବେ ଲୋକଙ୍କ ମନରେ ମଧ୍ୟ ଅନେକ କଥା ଆସୁଛି । ଏହିସବୁକୁ ନେଇ ଏବେ ଏହି କଥା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।