Jul 16, 2024, 19:29 IST

ମୁଁହ ଖୋଲିଲେ ଯୁବତୀ ଦେଖନ୍ତୁ କଣ ହେଲା ଏମିତି ତାଙ୍କସହ ତୁରନ୍ତ ମାଗିଲେ ନ୍ୟାୟ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ହତାରେ ପେପର ଧରି କାନ୍ଦୁଛନ୍ତି ଦିବ୍ୟାଙ୍ଗ ଯୁବତୀ। ପାଣ୍ଡିଆନ ସାର ଝିଅଟିକୁ ଚାକିରୀ ଦେଇଥିଲେ। ହେଲେ ୪ ମାସ ପରେ ଯୁବତୀଙ୍କୁ ଚାକିରୀରୁ ବାହାର କରିଦେଇଥିଲେ। ଝିଅ ଜଣଙ୍କ ହେଉଛନ୍ତି କଟକ ଶିଖରପୁର ଅଞ୍ଚଳର ସଂଯୁକ୍ତା ସ୍ବାଇଁ ଏବଂ ଅଭୟ ସ୍ୱାଇଁଙ୍କ ସାନଝିଅ ମୌସୁମୀ ସ୍ୱାଇଁ। ପିଲାବେଳୁ ମୌସୁମୀଙ୍କର ଦୁଇଟି କାନ ନାହିଁ ଆଉ ପାଟି ଟିକେ ବଙ୍କା ରହିଛି। 
Vv
ଏହିସବୁକୁ ଖାତିର ନକରି ମୌସୁମୀ ନିଜର ପାଠପଢ଼ା ପ୍ରତି ନିଷ୍ଠା ରଖି ଗ୍ରାଜୁଏସନ ପୂରଣ କରିଥିଲେ। ତା'ପରେ ମୌସୁମୀ ଆଉ ଆଗକୁ ପାଠପଢି ନଥିଲେ କାରଣ ତାଙ୍କ ପରିବାର ପାଖରେ ସେତିକି କ୍ଷମତା ନଥିଲା ପାଠ ପଢେଇବା ପାଇଁ। ତେବେ ବାପାଙ୍କ ଚା ଦୋକାନ ଓ ମା ନିମିକି ତିଆରି କରି ଯାହା ଅର୍ଥ ସଞ୍ଚୟ କରିଥିଲେ ମୌସୁମୀଙ୍କ ଉପରେ ଦୁଇ ଭଉଣୀ ଏବଂ ଭାଇର ବାହାଘରରେ ଖର୍ଚ୍ଚ କରିଥିଲେ। ଏବଂ ସାନଝିଅ ମୌସୁମୀଙ୍କ ପାଇଁ ପାଖ ଲୋକଙ୍କ ପାଖରୁ ଧାର କରଜ କରି ଟଙ୍କା ଆଣି ମୌସୁମୀଙ୍କ ପାଠପଢା ଏବଂ ଅପରେସନରେ ଖର୍ଚ୍ଚ କରିଥିଲେ। 
Vg
ତେବେ ଅନ୍ୟପଟେ ପୁଅ ବାହାଘର ପରେ ବାପା ମା ଭଉଣୀଙ୍କୁ ଛାଡି ଅନ୍ୟତ୍ର ଭଡା ନେଇ ରହୁଛନ୍ତି। ସେପଟେ ଧାର କରଜ ଟଙ୍କା ଠିକ୍ ସମୟରେ ନଦେଇ ପାରିବାରୁ ଲୋକ ମାନେ ଘରକୁ ଆସି ଟଙ୍କା ମାଗୁଛନ୍ତି। ପୂର୍ବରୁ ଚାକିରୀ ଖଣ୍ଡେ ପାଇଁ ମୌସୁମୀଙ୍କ ମାଆ ଭିକେ ପାଣ୍ଡିଆନଙ୍କୁ ଭେଟି ଚାକିରୀ ପାଇଁ ନିବେଦନ କରିଥିଲେ। ପାଣ୍ଡିଆନ ମୌସୁମୀଙ୍କୁ ୨୪ ଘଣ୍ଟା ମଧ୍ୟରେ ସିଏମସି ବିକାଶ ଭବନରେ ଦେଖା କରିବାକୁ କହିଥିଲେ। ମୌସୁମୀ ବିକାଶ ଭବନରେ ଦେଖା କରିବା ପରେ ତାଙ୍କୁ ସର୍କିଟ ହାଉସରେ ଚାକିରୀ ମିଳିଥିଲା। 
ମାସକୁ ୧୦ ହଜାର ଟଙ୍କା ଅର୍ଥ ରାଶି ମଧ୍ୟ ମିଳୁଥିଲା। ହେଲେ ହଠାତ୍ ୪ ମାସ ପରେ ମୌସୁମୀଙ୍କୁ ବାହାର କରିଦେଇଛନ୍ତି। ଯାହାଫଳରେ ତାଙ୍କ ପରିବାର ଏବେ ଚଳିବା ପାଇଁ କଷ୍ଟକର ହେଇପଡ଼ିଛି। ଘରଭଡ଼ା ମଧ୍ୟ ପ୍ରତିମାସରେ ଠିକ୍ ଭାବରେ ଦେଇ ପାରୁନାହାଁନ୍ତି। ଆଉ ଏଭଳି ଭାବେ ଝିଅର ଚାକିରୀ ଦେବାକୁ ମା ଜଣଙ୍କ ନେହୁରା ହେଉଛନ୍ତି। ଚାକିରୀ ଯିବା ପରେ ମୌସୁମୀଙ୍କ ପରିବାରର ଅବସ୍ଥା ଏବେ ଆହୁରି ଅସଚନୀୟ ହେଇପଡ଼ିଛି।

Advertisement