Jun 8, 2024, 18:57 IST

ପାଣ୍ଡିଆନଙ୍କୁ ନେଇ ମୁଁହ ଖୋଲିଲେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ଆସିଲା ଏବେ ବହୁତ୍ ବଡ଼ ଖବର

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶାରେ ବିଜେଡିର ପରାଜୟ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ନବୀନ। ଆଜି ନବୀନ ନିବାସରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି, ନିର୍ବାଚନରେ ହାରିବା ଜିତିବା ଲାଗି ରୁହେ। ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ୍। ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର। ଏହାସହ ନିଜର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଲେ ନବୀନ। 
Ff
ନବୀନ ଆହୁରି ମଧ୍ୟ କହିଛନ୍ତି କି ଦୀର୍ଘ ଦିନ ଧରି ଓଡ଼ିଶାର ସେବା କରିବା ପାଇଁ ବିଜେଡ଼ି ସରକାରଙ୍କୁ ଓଡ଼ିଶାର ଜନସାଧାରଣ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ। ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ। ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। 
Bb
ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି। ଆମେ ପରାଜୟକୁ ଖୁସିର ସହ ଗ୍ରହଣ କରୁଛୁ। ତେବେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବଡ ବୟାନ ଦେଇଛନ୍ତି ନବୀନ। ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି ପୁଣି ସ୍ପଷ୍ଟ କଲେ ନବୀନ। କହିଲେ, ପାଣ୍ଡିଆନ ଜଣେ ନିଷ୍ଠାପର ଆଇଏଏସ ଅଫିସର। ପାଣ୍ଡିଆନ ନିଷ୍ଠାବାନ ସଚ୍ଚୋଟ ଭାବରେ ସେ ୧୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ। 
ସେ ଚଳିତ ନିର୍ବାଚନ ଲଢ଼ି ନାହାନ୍ତି କି କୌଣସି ଦଳୀୟ ପଦବିରେ ନାହାନ୍ତି। ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା ଓ ମନ୍ଦିର ରୂପାନ୍ତରଣରେ ଭଲ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ୨ ଟି ବଡ ବଡ ବାତ୍ୟା ଓ କୋଭିଡ୍ କାଳରେ ପାଣ୍ଡିଆନ ବହୁତ ଭଲ କାମ ପ୍ରଦର୍ଶନ କରିଥିବା କଥା ମଧ୍ୟ ଦୋହରାଇଛନ୍ତି ନବୀନ। ତେବେ ବନ୍ଧୁଗଣ ନବୀନ ପଟ୍ଟନାୟକ କହିଥିବା ଏହି କଥା ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement