ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଏବେ ଆପଣମାନେ ଅଭିନେତ୍ରୀ ରିୟାଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ନେଇ ଆସିଥିବା ଅଭିଯୋଗ ବିଷୟରେ ଜାଣି ପାରୁଥିବେ । ଅଭିନେତ୍ରୀ ରିୟାଙ୍କ ଘରେ ଜଣେ ଯୁବତୀ କାମ କରୁଥିଲେ ଆଉ ତାଙ୍କ ସହିତ ଏଭଳି ଘଟଣା ଘଟିଥିଲା ।
ଏହି ଯୁବତୀ ଜଣକ ଅଭିନେତ୍ରୀ ଜଣକ ନାଁରେ ଅଭିଯୋଗ ଆଣିବା ପରେ ତାଙ୍କୁ ଅନେକ ପ୍ରକାରର କଥା କୁହାଯାଉଛି । ଏବେ ଏହି ଘଟଣାକୁ ନେଇ ଅନେକ ପ୍ରକାରର ମନ୍ତବ୍ୟ ଆସୁଛି । ଏହି ଘଟଣାକୁ ନେଇ ରୁଦ୍ରମନ କିଛି କଥା କହିଛନ୍ତି । ସେ କହିଛନ୍ତି, ଗରିବ ଉପରେ ସମସ୍ତେ ପ୍ରହାର କରନ୍ତି । ଆଉ ଗରିବ ଯେତେବେଳେ କାନ୍ଦି ଭଗବାନଙ୍କୁ ଡାକି ଥାଏ ଆଉ ଏହି ଡାକ ଯେତେବେଳେ ଭଗବାନଙ୍କ କାନରେ ପଡେ ସେତେବେଳେ ଧ୍ଵଂସ ହୋଇଯାଏ । ଗରିବର ଲୁହ ପଡ଼ିଲେ କୌଣସି ତନ୍ତ୍ର, ମନ୍ତ୍ର କାମ କରିବ ନାହିଁ ।
ଗରିବର ଡାକ ଯଦି ମଣିମାଙ୍କ କାନରେ ପଡେ ତାହେଲେ କେହି ରହିପାରିବେ ନାହିଁ । ଏମିତି ଅନେକ ମାଲିକ ଅଛନ୍ତି ଯେଉଁମାନଙ୍କୁ ଆଜି ମଧ୍ୟ ପୂଜା କରୁଛନ୍ତି । ଚାକରମାନେ ଏଭଳି ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ବି ତାଙ୍କ ମାଲିକଙ୍କୁ ପୂଜା କରୁଛନ୍ତି କାରଣ ତାଙ୍କ ମାଲିକ ଏଭଳି କାମ କରିଥାନ୍ତି । ମାଲିକ ଥିଲେ ଆଉ ପଇସା ଦେଉଥିଲେ ଏଭଳି ବ୍ୟବହାର କରିବା ଠିକ୍ ନୁହେଁ । ମାଲିକ କେବେବି ଅହମ୍ ଭାବ ମନରେ ଆଣିବା କଥା ନୁହେଁ । ଏହି ଯୁବତୀ ବର୍ଷାଙ୍କୁ ଦଣ୍ଡ ଦେଇଛନ୍ତି ରିୟା ଆଉ ତାଙ୍କ ସ୍ବାମୀ ।
ତାଙ୍କୁ ଏତେ ଅଧିକାର କିଏ ଦେଲା ଏଭଳି କରିବାକୁ ବୋଲି ରୁଦ୍ରମନ ପ୍ରଶ୍ନ କରିଛନ୍ତି । ଗରିବ ପାଇଁ ଲଢ଼ିବାକୁ ସେ କହିଛନ୍ତି । ଏହି ଝିଅ ଆଖିରୁ ଯେଉଁ ଲୁହ ଝରିବ ସେତେବେଳେ ତନ୍ତ୍ର ମନ୍ତ୍ର କିଛି କାମ କରିବ ନାହିଁ । ଗରିବର ଦୁଃଖ ଭଗବାନ ଶୁଣିବେ । ଅଭିନେତ୍ରୀ ରିୟା ଏବଂ ତାଙ୍କ ସ୍ଵାମୀ ଗରିବ ପିଲାଟିକୁ କୋଳେଇ ନିଅନ୍ତୁ ବୋଲି କହିଛନ୍ତି । ଗରିବ ପିଲାଟିକୁ କୋଳେଇ ନେଇ ଯାହା ଭୁଲ ହୋଇଛି ତାକୁ ଭୁଲିଯାଇ ଆଗକୁ ବଢ଼ିବାକୁ ସେ କହିଛନ୍ତି । ଏଭଳି ଅନେକ କଥା ଏହି ବ୍ୟକ୍ତି ଜଣକ କହିଛନ୍ତି ।