Aug 9, 2024, 17:15 IST

ଜଳ ପଥରେ ମାଡ଼ି ଆସୁଛନ୍ତି ଶହ ଶହ ବଙ୍ଗଳାଦେଶୀ ଦେଖନ୍ତୁ କେଉଁ ଜାଗାରେ ରହିବେ ସତର୍କ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଂଲାଦେଶରେ ଥମୁନି ହିଂସା। ରାଜନୈତିକ ହିଂସା ଲାଗି ରହିଥିବା ବେଳେ ସୀମାନ୍ତ ଭାରତରେ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ଅସ୍ଥିରତାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା ସୀମା ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟକୁ ପଶି ଆସିବାର ସମ୍ଭାବନା ରହିଥିବାରୁ ବାଂଲାଦେଶ ସମେତ ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା ପୋଲିସର କଡା ନଜର ରହିଛି।
Gg
ତେବେ ବନ୍ଧୁଗଣ ଜଳପଥରେ ସନ୍ଦିଗ୍ଧ ଗତିବିଧି ଓ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ନଜର ରଖିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ୍। ବାଂଲାଦେଶର ରାଜନୈତିକ ହିଂସା ଲାଗିରହିଥିବା ବେଳେ, ଭାରତ ଭିତରକୁ ଅବୈଧ ଅନୁପ୍ରବେଶ ବଢ଼ିପାରେ। ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି। 
Bb
ସେମାନଙ୍କ ପାଇଁ ପଶ୍ଚିମବଙ୍ଗ ପରେ ସବୁଠୁ ସହଜ ଟାର୍ଗେଟ୍ ହେଉଛି ଓଡ଼ିଶା। କାରଣ ବାଂଲାଦେଶରୁ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଓଡ଼ିଶାର ବିସ୍ତୀର୍ଣ୍ଣ ୪୮୦ କିଲୋମିଟର ସମୁଦ୍ର ତଟ। ଯାହାକୁ ଛୋଟ ଡଙ୍ଗାରେ ବି ଅଳ୍ପ କିଛି ଘଣ୍ଟା ଭିତରେ ପାରି କରିହେବ। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର। ରାଜ୍ୟର ସମସ୍ତ ତଟବର୍ତ୍ତୀ ଜିଲ୍ଲାକୁ ଆଲର୍ଟ କରାଯାଇଥିଲେ ବି, ହାଇ-ଆଲର୍ଟରେ ଅଛନ୍ତି ଏହି ୩ ଅନୁପ୍ରବେଶ ପ୍ରବଣ ଜିଲ୍ଲା। 
ଏହି ୩ ଜିଲ୍ଲାର ୯ଟି ସାମୁଦ୍ରିକ ଥାନାକୁ ସତର୍କ କରାଯିବା ସହିତ, ସେଠାରେ ଫୋର୍ସ ବଢ଼ାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଓଡ଼ିଶାର ତଟ। ସମୁଦ୍ର ତଟଠୁ ୫ ନଟିକାଲ୍ ମାଇଲ୍ ଯାଏଁ ମେରାଇନ ପୋଲିସ ପାଟ୍ରୋଲିଂ କରିବାକୁ ଥିବା ବେଳେ, ତା ପରେ ତଟରକ୍ଷୀ ବାହିନୀ ଏବଂ ନୌସେନା ଜଗୁଛନ୍ତି। ଗୁଇନ୍ଦା ବିଭାଗ ବି ସକ୍ରିୟ ଥିବା ବେଳେ, ମତ୍ସ୍ୟଜୀବୀଙ୍କୁ ବି ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି।

Advertisement