ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦକ୍ଷିଣ ପୂର୍ବ -ବାଲାଂଦେଶ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪ ତାରିଖ ସୁଧା ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ।

ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। ମୃତ୍ୟୁଞ୍ଜୟ ମହାପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଏବେ ପ୍ରଶାନ୍ତ ମହାସାଗରରେ ନିଉଟ୍ରାଲ ଏଲ ନିନୋ ସ୍ଥିତି ରହିଛି। ଅକ୍ଟୋବର ବା ନଭେମ୍ବର ସୁଧା ଲାନିନା ସ୍ଥିତି ରହିପାରେ। ଫଳରେ ଉତ୍ତର ଭାରତରେ ତାପମାତ୍ରା ଭାରତରେ ସ୍ବାଭାବିକ ଠାରୁ କମ୍ ରହିବ। ଚଳିତ ଥର ଅଧିକ ଥଣ୍ତା ଅନୁଭୂତ ହୋଇପାରେ। ସେହିପରି, ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ପୁଣି ଆଉ ଏକ ଲଘୁଚାପ ଆଶଙ୍କା କରାଯାଉଛି।

ଅକ୍ଟୋବର ୪ରୁ ୧୦ ଭିତରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଉଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ତେବେ ରାଜ୍ୟରେ ପ୍ରବଳ ବର୍ଷା ପରେ ଦୁଇ ଦିନ ହେବ ପାଗ ଶୁଖିଲା ରହିଛି। ଆଜିଠାରୁ ରାଜ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
୪ ତାରିଖ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ଜାରି ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ସହର ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଜଳୀୟବାଷ୍ପର ମାତ୍ରା ଅଧିକ ରହୁଥିବାରୁ ଗୁଳୁଗୁଳିର ପ୍ରଭାବ ଅଧିକ ରହୁଛି। ତେବେ ଆସନ୍ତା ୭ ତାରିଖ ବେଳକୁ ରାଜ୍ୟକୁ ପୂର୍ବ ଦିଗରୁ ବାୟୁ ପ୍ରବାହ ହେବ। ତାପମାତ୍ରା ତଳକୁ ଖସିବା ସହ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଅନୁମାନ କରାଯାଉଛି।