ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ସମ୍ବନ୍ଧୀୟ କିଛି ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ଏବେ ଓଡ଼ିଶାରେ କେତେବେଳେ ବର୍ଷା ତ କେତେବେଳେ ଖରା ପାଗ ଅନୁଭୂତ ହେଉଛି । ସବୁବେଳେ ସବୁ ସମୟରେ ପାଗର ପରିବର୍ତ୍ତନ ହେଉଛି । ଏବେ ପୁଣି ପାଣିପାଗ ସମ୍ବନ୍ଧିତ ଖବର ଆପଣମାନେ ପାଇପାରିବେ ।
ଆପଣମାନେ ତ ପୂର୍ବରୁ ଦେଖିଥିବେ ଯେତେବେଳେ ଓଡ଼ିଶାକୁ ବାତ୍ୟା ଆସିଥାଏ ସେତେବେଳେ ମାସ ଅକ୍ଟୋବର ହିଁ ହୋଇଥାଏ । ଅର୍ଥାତ୍ ଓଡ଼ିଶାରେ ଆପଣମାନେ ଯେତେ ବାତ୍ୟା ଦେଖିଥିବେ ସବୁ ବାତ୍ୟା ଏହି ଅକ୍ଟୋବର ମାସରେ ହିଁ ହୋଇଥିବ । ଅକ୍ଟୋବର ମାସରେ ଫାଇଲିନ, ହୁଡହୁଡ଼ ଏବଂ ତିତଲି ଭଳି ଅନେକ ବାତ୍ୟା ଓଡ଼ିଶାବାସୀ ଦେଖିଥିବେ । ଏବେ ଖବର ଆସୁଛି ଅକ୍ଟୋବର ଆଣିବ କି ବାତ୍ୟା ? କାରଣ ଅକ୍ଟୋବର ମାସ ଆସିଲା ମାତ୍ରକେ ରାଜ୍ୟବାସୀ ଭୟଭୀତ ହୋଇ ଯାଇଥାନ୍ତି ।
ଏହି ଅକ୍ଟୋବର ମାସରେ ସବୁବେଳେ ବାତ୍ୟା ହିଁ ଆସିଥାଏ । ସେଥିପାଇଁ ଏହି ମାସ ଆସିବା ମାତ୍ରକେ ରାଜ୍ୟବାସୀ ଭୟଭୀତ ହୋଇ ଯାଇଥାନ୍ତି । ୧୯୯୯ ମସିହାରେ ଏପ୍ରିଲ ମାସରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଥିଲା ସେହିପରି ୨୦୨୪ ମସିହାରେ ମଧ୍ୟ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ରିପୋର୍ଟ ହିସାବରେ ଅକ୍ଟୋବର ମାସରେ ଅଧିକ ଗରମ ହେବ । ଆଉ ଅତ୍ୟଧିକ ବର୍ଷା ବି ହେବ । ଦିନରେ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବ ଆଉ ରାତିରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ସୂଚନା ମିଳିଛି ।
ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ସ୍ଵାଭାବିକ ଠାରୁ ଅଧିକ ହୋଇପାରେ ବୋଲି ସୂଚନା ମିଳିଛି । ସମୁଦ୍ର ଜଳପତ୍ତନ ତାପମାତ୍ରା ମଧ୍ୟ ଅଧିକ ରହୁଛି । ଲା - ନିନା ଆସିଲେ ଏହା ବାତ୍ୟା ସ୍ଥିତିକୁ ସୁହାଇପାରେ ବୋଲି ସୂଚନା ମିଳିଛି । ଏବେ ପାଣିପାଗ ସ୍ଵାଭାବିକ ରହିଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଅକ୍ଟୋବର ମାସରେ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଲାଣି ବୋଲି ସୂଚନା ଦେଇଛନ୍ତି । ଏବେ ସ୍ଥିତି ସ୍ଵାଭାବିକ ନୁହେଁ ବରଂ ଅସ୍ବାଭାବିକ ଅଟେ । ବାତ୍ୟା ସ୍ଥିତି ଦେଖାଦେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।