Oct 18, 2024, 15:02 IST

ହୁ ହୁ ହୋଇ ମାଡ଼ି ଆସୁଚି ବାତ୍ୟା ... ସଂଧ୍ୟା ରୁ ହେବ ତୁହାକୁ ତୁହା ବର୍ଷା ଆଉ ପବନ

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ଓଡିଶାକୁ ଡରାଇଲାଣି ଏକ ବଡ଼ ବାତ୍ୟା। ଅକ୍ଟୋବର ମାସରେ ଆସିବାକୁ ଯାଉଥିବା ଏକ ବଡ଼ ବାତ୍ୟା ପୁଣି ଥରେ ଲୋକ ମାନଙ୍କୁ ଡରାଇଛି। ଏହାକୁ ନେଇ କେହି କେହି ଏହା କହୁଛନ୍ତି କି ବାତ୍ୟା କୁଆଡେ ଓଡ଼ିଶାରେ ମାଡ଼ ହେବା ପାଇଁ ଆସୁଛି। ଏହାକୁ ନେଇ ଅନେକ ମଡେଲ ଏବେ ଆକଳନ କରିଲେଣି। ପୁଜା ସରି ଯାଇଛି ମାତ୍ର ଅକ୍ଟୋବର ମାସ ସରି ନାହିଁ।

Gg
ବଙ୍ଗୋପ ସାଗରରେ ଅବପାତ। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତ ରେ ପରିଣତ ହେଇଛି।୧୭ ତାରିଖ ରେ ପୁଡୁଚେରୀ ଓ ନେଲୋର ନିକଟରେ ଏହା ଅତିକ୍ରମ କରିବ। ଯାହା ଫଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଆଉ ବୁଡ଼ିଯିବ ଦକ୍ଷିଣ ଭାରତ।ତେବେ ଏହି ବାତ୍ୟା ଚେନ୍ନାଇ ଠାରୁ ପୂର୍ବ ଦକ୍ଷିଣ ଦିଗରେ ୩୬୦ କିମି ଦୂରରେ ରହିଛି। ପୁଡୁଚେରୀ ର ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ୩୯୦ କିମି ଦୂରରେ ଓ ଆନ୍ଧ୍ର୍ରପ୍ରଦେଶ-ନେଲୋର ର ଦକ୍ଷିଣ ପୂର୍ବ ଦିଗରେ ୪୫୦ କିମି ଦୂରରେ ରହିଛି।
Bb
ତେବେ ଆଜି ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ତାମିଲନାଡୁ ତଟ ରେ ପୁଡୁଚେରୀ ଓ ନେଲୋର୍ ନିକଟରେ ଅବପାତ ଭାବରେ ଅତିକ୍ରମ କରିପାରେ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଯାହାର ପ୍ରଭାବରେ ଦକ୍ଷିଣ ଭାରତରେ ଲଗାଣ ବର୍ଷା ହେଉଛି।ତେବେ ଆକଳନ ଅନୁସାରେ ସମୁଦ୍ରରେ ଥିବା ବେଳେ ବାତ୍ୟାର ରୂପ ନେବ। ଉପକୂଳ କୁ ଆସିଲା ବେଳକୁ ଏହା ଦୁର୍ବଳ ହୋଇଯିବ।
କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ହେବ।ତେବେ ୨୪ ତାରିଖରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ତେବେ ଦୁଇଦିନ ର ବର୍ଷାରେ ଏବେ ଉବୁଟୁବୁ ହେଇ ଯାଇଛି ଚେନ୍ନାଇ ଠାରୁ ବାଙ୍ଗାଲୋର ସହର। ଚେନ୍ନାଇ ର ବିଭିନ୍ନ ସହର ରେ ପାଣି ଜମିବା ସହ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି। ଆଗକୁ ବର୍ଷା ହେଲେ ସ୍ଥିତି ଆହୁରି ବିଗିଡି ଯାଇ ପାରେ। ତେବେ ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ସରିଛି।

Advertisement