ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଏବେ ସୁଭଦ୍ରା ଯୋଜନାକୁ ନେଇ ନୂଆ ନୂଆ ଖବର ଆସୁଛି । ସୁଭଦ୍ରା ଯୋଜନାରେ କିଛି ଲୋକଙ୍କୁ ପ୍ରଥମ କିସ୍ତି ଆସିଥିବା ବେଳେ ଆଉ କିଛି ଲୋକଙ୍କୁ ଆସିନାହିଁ । ସୁଭଦ୍ରା ଯୋଜନା ଯାହାକୁ ମିଳିଛି ସେ ଖୁସି । ଆଉ କିଛି ଲୋକଙ୍କର ସୁଭଦ୍ରା ଯୋଜନା କଟିଯାଇଛି ।
ସୁଭଦ୍ରା ଯୋଜନା ଯାହାର କଟି ଯାଇଛି ଏହାର କାରଣ କଣ ସେମାନେ ଜାଣି ନାହାଁନ୍ତି । ସୁଭଦ୍ରା ଟଙ୍କା ଶୀଘ୍ର ନ ଉଠାଇଲେ ଫେରିଯିବ ଟଙ୍କା । ରିଜେକ୍ଟ ହୋଇଥିଲେ ପୁଣି ଥରେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ କି ? ସୁଭଦ୍ରା ଯୋଜନା ଯାହାକୁ ମିଳିନାହିଁ ସେ ଜନସେବା କେନ୍ଦ୍ର ଆଉ ବ୍ୟାଙ୍କ ଯାଉଛି । ଆଉ ଯାହାର ଆସିଛି ସେ ଖୁସିରେ ରହୁଛି । ବ୍ୟାଙ୍କ ଆଉ ଜନସେବା କେନ୍ଦ୍ର ଯାଇ ଯେଉଁମାନଙ୍କୁ ସୁଭଦ୍ରା ଯୋଜନା ମିଳିନାହିଁ ସେମାନେ ଅନେକ କଥା ଭାବୁଛନ୍ତି ।
ଦିନ ସାରା ସବୁଆଡେ ମହିଳାଙ୍କ ଭିଡ ଲାଗିଛି । ଯେବେ ଠାରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ୨ ହଜାର ଆବେଦନକାରୀଙ୍କ ଫର୍ମ ରିଜେକ୍ଟ ହୋଇଯାଇଛି । ସେବେଠାରୁ ମହିଳାଙ୍କ ଭିତରେ ଭିଡ ଦେଖିବାକୁ ମିଳିଛି । ସୁଭଦ୍ରା ଯୋଜନା ବିଷୟରେ ଜାଣିବା ପାଇଁ ଗୋଟିଏ ହେଲ୍ପ ଲାଇନ ନମ୍ବର ଦିଆଯାଇଛି । ଆଉ ଏହି ନମ୍ବରରେ କଲ କରିଲା ବେଳକୁ ବ୍ୟସ୍ତ ଆସୁଛି ବୋଲି ଲୋକମାନେ କହୁଛନ୍ତି । ଯାହାଫଳରେ ମହିଳାମାନଙ୍କ ଲମ୍ବା ଲାଇନ ଲାଗୁଛି ।
ମହିଳାମାନେ ଜାଣି ପାରୁ ନାହାଁନ୍ତି ତାଙ୍କର ଆବେଦନ ପ୍ରକ୍ରିୟା ବା ଫର୍ମରେ ଭୁଲ ଅଛି । ଫର୍ମ ପୂରଣ କରିବା ସମୟରେ ଭୁଲ ତଥ୍ୟ ଦେଇଥିବାରୁ ରିଜେକ୍ଟ ହୋଇଯାଇଛି ବୋଲି ସୂଚନା ମିଳିଛି । ୨୦୦୦ ମହିଳାଙ୍କର ଫର୍ମ ରିଜେକ୍ଟ ହୋଇଯାଇଛି । ଜନସେବା କେନ୍ଦ୍ର ଯାଇ ଭୁଲ କଣ ପଚାରିବା ଆଉ ଏହାର ସମାଧାନ କରି ଆଉ ଥରେ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି । ଆଉ ଥରେ ଆବେଦନ କରିବା ବେଳେ ସବୁ ତଥ୍ୟ ଠିକ୍ କରି ଆବେଦନ କରିବା ଉଚିତ୍ । ଯୋଗ୍ୟ ବିବେଚିତ ହେଲେ ସୁଭଦ୍ରା ଯୋଜନା ମିଳିବ ।