Jul 6, 2024, 15:07 IST

କେତେ ପାଠ ପଢ଼ିଛନ୍ତି ଭାରତୀୟ ଅଧିନାୟକ ହିଟ ମ୍ୟାନ ରୋହିତ ଶର୍ମା !! ଜାଣନ୍ତୁ ପ୍ରକୃତ ସତ

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କ୍ରିକେଟ ବିଶ୍ୱକପ୍ ୨୦୨୩ରେ ଭାରତୀୟ ଟିମ୍ ବିଜୟ ଲାଭ କରିବା ପରେ ଏବେ ଉତ୍ସାହ ବଢ଼ି ଯାଇଛି। ଏହାରି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚା ଭାରତୀୟ କ୍ରିକେଟ ଟିମର କପ୍ତାନ ରୋହିତ ଶର୍ମାଙ୍କୁ ନେଇ ହେଉଛି। ଯାହା ନେତୃତ୍ୱରେ ଭାରତୀୟ ଟିମ୍ ଦୀର୍ଘ ୧୭ ବର୍ଷ ପରେ ଟି୨୦ ବିଶ୍ୱକପ୍ ଜିତିଛି। ବାସ୍ତବରେ ରୋହିତ ଶର୍ମାଙ୍କ ପୁରା ନାଁ ହେଉଛି ରୋହିତ ଗୁରୁନାଥ ଶର୍ମା। ଆଉ ତାଙ୍କର ଜନ୍ମ ହେଇଥିଲା ୧୯୮୭ ମସିହା ଏପ୍ରିଲ ୩୦ ତାରିଖ ନାଗପୂରରେ। ତାଙ୍କ ମାଆଙ୍କର ନାଁ ହେଉଛି ପୂର୍ଣ୍ଣିମା ଶର୍ମା। ଆଉ ବାପାଙ୍କ ନାଁ ହେଉଛି ଗୁରୁନାଥ ଶର୍ମା। 
Hh
ରୋହିତଙ୍କ ପରିଚୟ ପିଲାଦିନେ ତାଙ୍କ କ୍ରିକେଟରୁ ଆରମ୍ଭ ଅଫ୍ରେକ ବଲର ଭାବରେ ହେଇଥିଲା। ପରେ ସେ ନିଜର ଭିତରେ ଥିବା ବ୍ୟାଟିଂ ସ୍କିଲକୁ ବି କରିଥିଲେ ବିକଶିତ। ନିଜର ସ୍କୁଲ ଶିକ୍ଷା ମୁମ୍ବାଇର ଆୱାର୍ଡ଼ ଲେଡୀ ଅଫ୍ ବେଲେଙ୍ଗବା ସ୍କୁଲ, ସ୍ବାମୀ ବିବେକାନନ୍ଦ ଇଣ୍ଟ୍ରନେସନାଲ ସ୍କୁଲ ଏବଂ ଜୁନିୟର କଲେଜରେ କରିଛନ୍ତି। ଦ୍ବାଦଶ ପଢ଼ି ସାରିବା ପରେ ସେ ନିଜର କଲେଜ ପାଠ ପୁରା କରିନଥିଲେ। ଆଉ ୧୯୯୯ରେ ରୋହିତ ଶର୍ମାଙ୍କର ଜଣେ ସମ୍ପର୍କୀୟ ଘରେ ଆର୍ଥିକ ପରିସ୍ଥିତି ଭଲନଥିଲା ବି କ୍ରିକେଟ କ୍ୟାମ୍ପରେ କରାଇଥିଲେ ତାଙ୍କର ଆଡମିସନ୍। 
Bh
କ୍ୟାମ୍ପର କୋଚ୍ ରୋହିତଙ୍କୁ ସ୍ବାମୀ ବିବେକାନନ୍ଦ ଇଣ୍ଟ୍ରନେସନାଲ ସ୍କୁଲ ଯିବାକୁ ପରାମର୍ଶ ଦେଇଥିଲେ। କାରଣ ସେ ସ୍କୁଲରେ କ୍ରିକେଟ୍ ପ୍ରଶିକ୍ଷଣର ଭଲ ସୁବିଧା ଥିଲା। ଆଉ ସେ ସେଠାର ଥିଲେ ମୁଖ୍ୟ କୋଚ୍। ଏହାପରେ କୋଚ୍ ଟଙ୍କା ନନେଇ ରୋହିତ ଶର୍ମାଙ୍କୁ ଟ୍ରେନିଙ୍ଗ ଦେଇଥିଲେ। ଆଉ ସେହି କୋଚ୍ ହିଁ ରୋହିତଙ୍କ ପ୍ରତିଭା ଓ ଦକ୍ଷତାକୁ ଚିହ୍ନି ପାରି କ୍ରିକେଟ୍ ଆଡେ ତାଙ୍କୁ କରିଥିଲେ ପ୍ରେରିତ। 
ପାଠ ପଢିବା ପରିବର୍ତ୍ତେ ରୋହିତ ନିଜର ସବୁ ଫକୋସ କ୍ରିକେଟ ଉପରେ କରିଥିଲେ। ସେଥିପାଇଁ ଦ୍ଵାଦଶ ପରୀକ୍ଷା ଦେଇସାରିବା ପରେ ଆଉ ଗ୍ରାଜୁଏସନ୍ କରିବେ ନାହିଁ ବୋଲି ନିଷ୍ପତି ନେଇଥିଲେ। ପ୍ରାୟ ୧୭ ରୁ ୧୮ ବର୍ଷ ବୟସରେ ନିଜ ପାଠପଢାକୁ କରିଥିଲେ ଅଲବିଦା। ଆଉ ଜୁନ ୨୦୦୭ରେ ଅନ୍ତ୍ରରାଷ୍ଟ୍ରୀୟ କ୍ରିକେଟର ଡେବିୟୁ ପରେ ରୋହିତ ସେହି ବର୍ଷ ପ୍ରଥମ ଟି୨୦ କ୍ରିକେଟ ବିଶ୍ୱକପ୍ ଖେଳିଥିଲେ।

Advertisement