Sep 6, 2024, 19:10 IST

କେମିତି ହେଲା ହରି ଶଙ୍କର ଏତେ ପ୍ରସିଦ୍ଧ କେଉଁଠୁ ଆସିଲେ ମହାଦେବ ଦେଖନ୍ତୁ ଆଉ ଜାଣନ୍ତୁ ଏହି ସ୍ଥାନର ମହିମା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ହରିଶଙ୍କର ମନ୍ଦିରକୁ ନେଇ କିଛି ଖବର ଆସିଛି । ବହୁଚର୍ଚ୍ଚିତ ହରିଶଙ୍କର ମନ୍ଦିରରେ ରହସ୍ୟ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଦୁଇ ମନ୍ଦିର ଭିତରେ କେମିତି ଆସିଲା ଗନ୍ଧମାର୍ଦ୍ଧନ ପାହାଡ ? କେମିତି ମିଳିଲେ ପ୍ରଭୁ ହରିଶଙ୍କର ? ବଲାଙ୍ଗିରରେ ରହିଛି ପ୍ରଭୁ ହନୁମାନଙ୍କ କଥା । ବଲାଙ୍ଗୀର ଜିଲ୍ଲାର ପଶ୍ଚିମ ଭାଗରେ ବରଗଡ଼ ଜିଲ୍ଲା ସୀମାନ୍ତରେ ଦଣ୍ଡାୟମାନ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗନ୍ଧମାର୍ଦ୍ଧନ ପାହାଡ଼ ।
Bb
ଏହି ପାହାଡ ବହୁତ ସୁନ୍ଦର ଆଉ ଏଥିରେ ଔଷଧୀୟ ଗଛ ରହିଛି, ଜୈବ ବିବିଧତା ପାଇଁ ଗନ୍ଧମାର୍ଦ୍ଧନ ପାହାଡ଼ ପରିଚିତ । ଔଷଧୀୟ ଗୁଳ୍ମ ଏବଂ ଜୈବ ବିବିଧତା ପାଇଁ ଏହି ପାହାଡ ପରିଚିତ ଅଟେ । ଏହି ପାହାଡ ସୁଦୀର୍ଘ ଅଟେ । ବଲାଙ୍ଗୀର, ବରଗଡ଼ ଜିଲ୍ଲାର ସୀମାନ୍ତ ଏବଂ ଏହା ନୂଆପଡ଼ା ଜିଲ୍ଲାକୁ ଛୁଇଁଛି । ପାହାଡ଼ର ପୂର୍ବ ଦିଗରେ ହରିଶଙ୍କର ଆଉ ପଶ୍ଚିମ ଦିଗରେ ନୃସିଂହନାଥ ଅବସ୍ଥିତ । ଗନ୍ଧମାର୍ଦ୍ଦନ ପାହାଡ ଏବଂ ହରିଶଙ୍କର ମନ୍ଦିରକୁ ନେଇ ପୁରାଣ, ଇତିହାସ ଏବଂ ଲୋକକଥାକୁ ନେଇ ଅନେକ କଥା ଆସିଥାଏ ।
Hh
ରାମାୟଣରେ ଯେତେବେଳେ ପ୍ରଭୁ ହନୁମାନ ପ୍ରଭୁ ଲକ୍ଷ୍ମଣଙ୍କ ପାଇଁ ଗନ୍ଧମାର୍ଦ୍ଧନ ପାହାଡ଼ ଆଣୁଥିଲେ ସେତେବେଳେ ଏହି ଯେଉଁ ଖଣ୍ଡେ ପାହାଡ ପଡ଼ିଥିଲା ଏବେ ଏହା ଗନ୍ଧମାର୍ଦ୍ଧନ ପର୍ବତ ନାମରେ ନାମିତ ହୋଇଛି । ୧୨୦୦ ଶତାବ୍ଦୀରେ ଚୌହାନ ବଂଶର ପାଟଣା ମହାରାଜ ବୈଜଳ ଦେବ ତାଙ୍କ ପାଟରାଣୀ ଦୂର୍ଲଭା ଦେବୀଙ୍କ ପ୍ରେରଣାରେ ହରିଶଙ୍କର ମନ୍ଦିର ନିର୍ମାଣ କରାଇଥିଲେ । ଜଣେ ଆଦିବାସୀ କନ୍ଦା ସଂଗ୍ରହ କରୁଥିବା ବେଳେ ପ୍ରଭୁ ହରିଶଙ୍କରଙ୍କ ସନ୍ଧାନ ପାଇଥିଲେ । ଏପଟେ ରାଣୀଙ୍କୁ ମଧ୍ୟ ସ୍ୱପ୍ନାଦେଶ ହୋଇଥିଲା । ଏହାପରେ ପ୍ରଭୁ ହରିଶଙ୍କରଙ୍କ ମନ୍ଦିର ନିର୍ମାଣ ହୋଇଥିଲା ।
ଏହା ଏକ ପର୍ଯ୍ୟଟନ ସ୍ଥାନ ଅଟେ । ଏଠାରେ ଏକ ଚିରସ୍ରୋତ ଝରଣା ପ୍ରବାହିତ ହୋଇଥାଏ । ଏଠାରେ ବର୍ଷକୁ ଅନେକ ପର୍ବପର୍ବାଣୀ ପାଳନ ହୋଇଥାଏ । ଏଠାରେ ସହଦେବ କନ୍ଦଙ୍କ ବଂଶଧରମାନେ ପୂଜା କରି ଆସୁଛନ୍ତି । ଏହି କନ୍ଦ ଭଗବାନଙ୍କ ଦର୍ଶନ ପ୍ରଥମେ ପାଇଥିଲେ । ଏହାର ସୌନ୍ଦର୍ଯ୍ୟ ବହୁତ ମନୋରମ ଅଟେ । ହରିଶଙ୍କର ମନ୍ଦିର କେବଳ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିନଥାଏ ଏହାର ସୌନ୍ଦର୍ଯ୍ୟ, ଝରଣା ଆଉ ନୈସର୍ଗିକତା ସବୁବେଳେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ । ଏବେ ଏହାକୁ ଭକ୍ତଙ୍କ ଭିଡ ଛୁଟିଥାଏ । ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

Advertisement