Jul 3, 2024, 17:52 IST

ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ନୂଆ ରାସନ୍ କାର୍ଡ ଆବେଦନ ପାଇଁ ଆସିଲା ଏହି ନିୟମ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏବେ ରାସନ୍ କାର୍ଡକୁ ନେଇ ଆସିଥିବା ଖବର ଜାଣିପାରିବେ । ରାସନ୍ କାର୍ଡ ଖଣ୍ଡିଏ ପାଇବାର ଅପେକ୍ଷା ଏବେ ଲମ୍ବି ଲମ୍ବି ଚାଲିଛି । କେହି କେହି ଆବେଦନ କରିବା ପାଇଁ ଚାହିଁ ରହୁଛନ୍ତି ତ ଆଉ କେହି କେହି ଏକ ବର୍ଷ ହେବ ଆବେଦନ କରି ସାରିଲେଣି । ଆଉ ଏବେ ଅପେକ୍ଷା କରି ରହିଛନ୍ତି । ଏବେ ରାସନ୍ କାର୍ଡରେ ନୂଆ ନାଁ ଚଢ଼ି ପାରୁନାହିଁ କି ମୃ-ତ-କ ବ୍ୟକ୍ତିଙ୍କ ନାମ କଟୁ ନାହିଁ । 
Bb
ଲକ୍ଷ ଲକ୍ଷ ପରିବାର ପାଇଁ ଏବେ ସ୍ବପ୍ନ ହୋଇଯାଇଛି । ରାସନ୍ କାର୍ଡରେ ଯୋଗ୍ୟ ହିତାଧିକାରୀ ନରହି ଅନେକ ଏଭଳି ବ୍ୟକ୍ତି ରାସନ୍ କାର୍ଡ ହିତାଧିକାରୀ ଅଛନ୍ତି ଯେଉଁମାନେ କି ଏହାର ଯୋଗ୍ୟ ନୁହେଁ । ମାସ ମାସ ବର୍ଷ ବର୍ଷ ଧରି ଅନେକ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇଁ ଅପେକ୍ଷା କରି ରହିଥିବା ବେଳେ ଅନେକ ନକଲି ହିତାଧିକାରୀ ବର୍ଷକୁ ବର୍ଷ ଟନ ଟନ ରାସନ୍ ଉଠାଉଛନ୍ତି । ନକଲି ରାସନ୍ କାର୍ଡ ହିତାଧିକାରୀ ବନ୍ଦ ହେଉଛନ୍ତି ନା ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଉଛନ୍ତି । 
Bb
ଏବେ ନୂଆ ସରକାର ଆସିଯାଇଛନ୍ତି । ଆଉ ନୂଆ ଦରଜ ଆସିବା ପରେ ଅନେକ ଲୋକ ଆଶା ରଖିଛନ୍ତି ତାଙ୍କୁ ରାସନ୍ କାର୍ଡ ମିଳିବ । ଏବେ ଏନେଇ ମଧ୍ୟ ଅନେକ କିଛି କରୁଛନ୍ତି ସରକାର । ସରକାର ଏବେ ଏନେଇ ନକଲି ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ତଦନ୍ତ କରୁଛନ୍ତି । ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ନକଲି ହିତାଧିକାରୀଙ୍କ ତଦନ୍ତ କରାଯିବ । ଯେଉଁମାନେ ଜାଲିଆତି କରି ନକଲି ଭାବରେ ରାସନ୍ କାର୍ଡ ହାତେଇଛନ୍ତି ସେମାନଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । 
ଏ ଦିଗରେ ସରକାର ତଦନ୍ତ କରିବା ସହ ଜିଲ୍ଲାର ଜିଲ୍ଲାପାଳ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅନେକ ଲୋକ ରାସନ୍ କାର୍ଡ ପାଉଛନ୍ତି ଯେଉଁମାନେ ଏହାର ଯୋଗ୍ୟ ନୁହନ୍ତି । ଆଉ ତାଙ୍କର ରାସନ୍ କାର୍ଡ ପାଇଁ ନୂଆ ହିତାଧିକାରୀ ରାସନ୍ କାର୍ଡ ପାଉ ନାହାଁନ୍ତି । ଆଉ ଏବେ ଏନେଇ ତଦନ୍ତ ହେବା ଆବଶ୍ୟକ ବୋଲି ଜଣାପଡିଛି । ପ୍ରାୟ ୩ ଲକ୍ଷ ୮୦ ହଜାର ଆବେଦନ ଏବେ ପଡ଼ି ରହିଛି । ନକଲି ହିତାଧିକାରୀ ଧରାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ନୂଆ ସରକାର ଖୋଳତାଡ କରି ଅନେକ କିଛି ପଦକ୍ଷେପ ଗ୍ରହଣ କରୁଛି ବୋଲି ଜଣାପଡିଛି ।

Advertisement