Updated: May 20, 2024, 17:49 IST

ସ୍ୱାମୀ ପଡିଛନ୍ତି ମେଡ଼ିକାଲରେ ହେଲେ ଏଠି ଡାକିକି ଖାଇବାକୁ ଦେବାରୁ ଆଉ ନିଜ ଲୁହକୁ ଅଟକାଇ ପାରିଲେନାହିଁ ମାଉସୀ ଜଣଙ୍କ ଦେଖନ୍ତୁ - Exclusive

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ସବୁଆଡେ ରାଜନୀତିର ମାହୋଲ ଚାଲିଛି । ରାଜ୍ୟରେ ବର୍ତ୍ତମାନ ଇଲେକ୍ସନର ହାୱା ଚାଲିଛି ।
ନେତାମାନେ ଲୋକମାନଙ୍କ ପାଖକୁ ଯାଉଛନ୍ତି ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ଟଙ୍କା ସାରି ରୋଡ ଶୋ ମଧ୍ୟ କରୁଛନ୍ତି । ନେତାମାନେ ଲୋକଙ୍କ ସେବା କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଏମ୍ସ ହସ୍ପିଟାଲରେ ଘଟିଛି ଏଭଳି କିଛି ।
Gg
ଏମ୍ସ ହସ୍ପିଟାଲ ଆଗରେ ଦେଖିବାକୁ ମିଳୁଛି ମାନବ ସେବା । ଏହି ସ୍ଥାନରେ ଗରିବ ଲୋକଙ୍କୁ ବିନା ସ୍ୱାର୍ଥରେ ଖାଇବାକୁ ଦେଉଛନ୍ତି । ସୁଶାନ୍ତ କୁମାର ରଥ ନାମକ ବ୍ୟକ୍ତି ଗରିବଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି । ଏହି ବ୍ୟକ୍ତି ଜଣକ ଥରେ ଏମ୍ସ ହସ୍ପିଟାଲ ଆସିଥିଲେ ଆଉ ସେଠାରେ ଲୋକଙ୍କୁ ଦୁଃଖରେ
ଦେଖିଥିଲେ । ଏହାପରେ ସେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଏହି ବ୍ୟକ୍ତି ଜଣକ ଏହାପରେ ଖାଇବାକୁ ଦେଇଥିଲେ । ମାଗଣାରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ଏହି ବ୍ୟକ୍ତି ଜଣକ ସହିତ ଅନେକ ଯୁବକ ମିଶିଛନ୍ତି । 
Bb
ଆଉ ସେମାନେ ଏକାଠି ମିଶି ରୋଷେଇ କରି ଏମ୍ସ ହସ୍ପିଟାଲ ପାଖକୁ ଆଣି ଲୋକମାନଙ୍କୁ ଡାକି କରି ମାଗଣାରେ ଖାଇବାକୁ ଦେଉଛନ୍ତି । ସେ ସାଧା ଖାଦ୍ୟ ଖାଇବାକୁ ଦେଉଛନ୍ତି । ଆଉ ତାଙ୍କ ସକ୍ଷମ ଅନୁଯାୟୀ ସେ ଆମିଷ କରନ୍ତି । ରାଜନୀତି ପାଇଁ ସେ ଏଭଳି କରୁନାହାନ୍ତି ।
ରାଜନୀତି ସେ କରିବେ ନାହିଁ ବୋଲି କହିଛନ୍ତି । ଲୋକମାନଙ୍କ ସେବା କରିବାକୁ ସେ ଚାହୁଛନ୍ତି । ସେ କହିଛନ୍ତି ରାଜନେତାମାନେ ଲୋକମାନଙ୍କ ସେବା କରିବା ଉଚିତ୍ । ଗୁରୁବାର ଏବଂ ରବିବାର ଦିନ ଏହି ବ୍ୟକ୍ତି ଏବଂ ତାଙ୍କ ସହଯୋଗୀ ଖାଦ୍ୟ ବଣ୍ଟନ କରୁଛନ୍ତି । 
ସେ ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି ଆଉ ତାଙ୍କର ସୁଖ ଦୁଃଖ ବାଣ୍ଟୁଛନ୍ତି ସେଇଟା ତାଙ୍କୁ ଭଲ ଲାଗୁଛି । ସାଧାରଣ ଲୋକମାନେ ମଧ୍ୟ ଏହି ସେବା ପାଇ ଖୁସି ଅଛନ୍ତି । ଜଣେ ମାଉସୀ କହିଛନ୍ତି ତାଙ୍କ ସ୍ବାମୀଙ୍କର ଛାତି କଣା ହୋଇଯାଇଛି । ଆଉ ସେ ଖାଇବାକୁ ପଇସା ନାହିଁ । ତାଙ୍କ ସ୍ବାମୀଙ୍କୁ ଦେଖାଇବାକୁ ତାଙ୍କର ଟଙ୍କା ନାହିଁ ।
ଆଉ ସେ ଖାଇବାକୁ ବି ପଇସା ନାହିଁ । ସେ ୫ ଟଙ୍କିଆ ଭାତ ଖାଇବାକୁ ଯାଇଥିଲେ ଆଉ ସେଠାରେ ଖାଇବା ନାହିଁ । ଏହାପରେ ଏହି ଖାଦ୍ୟ ଦେଉଥିବା ବ୍ୟକ୍ତି ଜଣକ ତାଙ୍କୁ ଡାକି ଖାଇବାକୁ ଦେଉଛନ୍ତି । ଏହି ବ୍ୟକ୍ତି ଜଣକର ସେବା ସତରେ ବହୁତ ଭଲ ଅଟେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement