ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟରେ ୬ ତାରିଖରେ ପୁଣି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଏଥିପାଇଁ ପାଣିପାଗ କେନ୍ଦ୍ର ଜାରି କରିଛି ୟୋଲ ୱାରିଂ। ୬ ରୁ ୭ ଅଗଷ୍ଟ ଯାଏଁ ପ୍ରାୟ ୧୨ଟି ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେଇପାରେ। ବର୍ଷା ସହିତ ଘଡଘଡି ବିଜୁଳି ମଧ୍ୟ ମାରିପାରେ। ଅନେକ ସ୍ଥାନରେ ମଧ୍ୟ ପଡ଼ିପାରେ ବଜ୍ରପାତ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଓ ଗଜପତି ସେଥିପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅନୁମାନ କରାଯାଇଛି। ଏହାରି ଭିତରେ ୭ ରୁ ୧୧ ସେଣ୍ଟି ମିଟର ବର୍ଷା ନେଇ ଆକଳନ କରାଯାଇଛି। ସେହିପରି ୭ ରୁ ୮ ଅଗଷ୍ଟ ଭିତରେ ୬ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଆଶଙ୍କା ହେଇଛି। ଠିକ୍ ସେହିଭଳି ୮ ରୁ ୯ ଅଗଷ୍ଟ ଭିତରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ଥିବା ଅନୁମାନ କରାଯାଇଛି। ଏହାକୁ ବାଦ ଦେଲେ କଟକ ଖୋର୍ଦ୍ଧାକୁ ୩ ଘଣ୍ଟିଆ ସତର୍କ ସୂଚନା ଏବେ ଜାରି କରିଛି ପାଣିପାଗ କେନ୍ଦ୍ର।
ସୁରକ୍ଷିତ ସ୍ଥାନରେ ଲୋକେ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାରଣ ପ୍ରବଳ ମାତ୍ରାରେ ବର୍ଷା ହେଉଥିବା ବେଳେ କିଛି ବି କ୍ଷୟକ୍ଷତି ହେଇପାରେ। ଅନେକ ମାଟିଘର ଭୁଷୁଡି ପଡିବାର ସମ୍ଭାବନା ମଧ୍ୟ ରହିଛି। ଆଉ କିଛି ସ୍ଥାନରେ ବିଦୁତ୍ ଖୁଣ୍ଟି ଉପୁଡ଼ି ପଡ଼ିବା ସହିତ ବଡ ବଡ ଗଛ ବି ଉପୁଡ଼ି ଯାଇପାରେ। ଯେଉଁ କାରଣ ପାଇଁ ସମସ୍ତେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।