ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ଜାଣିପାରିବେ । ଏବେ ପାଣିପାଗ ବିଷୟରେ ଆସିଛି ଖବର ଓଡ଼ିଶା ବିପଦରେ । ସତର୍କ କରାଇଲା ପାଣିପାଗ ବିଭାଗ । ବିପଦରେ ଓଡ଼ିଶା ଏବେ ଓଡ଼ିଶାବାସୀ ସତର୍କ ରୁହନ୍ତୁ । ଗର୍ଜନ କରି ମାଡ଼ି ଆସୁଛି ଝଡି ବର୍ଷା । ୨୪ ଘଣ୍ଟା ଭିତରେ ପ୍ରଳୟ ରଚିବ ବୋଲି ସୂଚନା ମିଳିଛି ।
ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ଆଉ ଏହି ସବୁ ଜିଲ୍ଲା ବିଷୟରେ ଆକଳନ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଯେଉଁ ଜିଲ୍ଲାରେ ବର୍ଷା ହେବ ସେହି ସବୁ ଜିଲ୍ଲାର ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଟିକେ ବିଳମ୍ବ କରିଲେ ଜଳପ୍ରଳୟରେ ଛିନଛତ୍ର ହୋଇଯିବ ଏହି ସବୁ ଜିଲ୍ଲା । ଏବେ ସାରା ଓଡ଼ିଶା ବର୍ଷାରେ ଭିଜିବ ବୋଲି ସୂଚନା ମିଳିଛି । ଅତ୍ୟାଧିକ ବର୍ଷା ହେବ ଆଉ ଏହାସହ ଲୋକମାନେ ହଇରାଣ ହେବେ । କେତେବେଳେ ବର୍ଷା ହେଉଛି ତ କେତେବେଳେ ଖରା ହେଉଛି ।
ଏବେ ପୁଣି ଥରେ ବଡ ଲଘୁଚାପ ମାଡ଼ି ଆସୁଛି ।ଯାହା ଧୀରେ ଧୀରେ ଦାନା ବାନ୍ଧୁଛି । ଆଜି ଉତ୍ତର ଆଣ୍ଡମାନ ଏବଂ ଉତ୍ତର ପଶ୍ଚିମ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆଉ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୨୩ ତାରିଖରେ ବର୍ଷା ହେବ ବୋଲି ସୂଚନା ମିଳିଛି । ରାଜ୍ୟରେ ଆସନ୍ତା କାଲି ଠାରୁ ବଢିବ ବର୍ଷା । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଉପକୂଳ ଓଡ଼ିଶାରେ ଲଘୁଚାପ ହେବ ବୋଲି ସୂଚନା ମିଳିଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।
ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ୨୨ ରୁ ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା କାଲି ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ୨୨ ତାରିଖରେ ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, ପୁରୀ , ଖୋର୍ଦ୍ଧା, କଟକ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଖବର ଆସିଛି ।