Jul 30, 2024, 20:41 IST

ଏମିତି କହିଲେ ରାହୁଲ ଗାନ୍ଧୀ ଶୁଣି ମୁଣ୍ଡରେ ହାତ ଦେଇଦେଲେ ନିର୍ମଳା ଦେଖନ୍ତୁ exclusive

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କଥାଶୁଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୁଣ୍ଡରେ ହାତ ଦେଇ ଦେଲେ।
Bb
କେନ୍ଦ୍ରୀୟ ବଜେଟ୍ ୨୦୨୪କୁ ନେଇ ଆଜି ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିଜ ଅଭିଭାଷଣରେ ରାହୁଲ ଗାନ୍ଧି ଚକ୍ରବ୍ୟୁହର ଉଦାହରଣ ଦେଇଥିଲେ। ରାହୁଲ ଗାନ୍ଧି କହିଥିଲେ ଯେ, "ଯାହା ଅଭିମନ୍ୟୁଙ୍କ ସହିତ କରାଯାଇଥିଲା ତାହା ଭାରତର ଲୋକଙ୍କ ସହିତ କରାଯାଉଛି"। ଆହୁରି ମଧ୍ୟ କହିଥିଲେ ଯେ, "ସେ ଯୁବପିଢୀ ହୁଅନ୍ତୁ କିମ୍ୱା ଚାଷୀ ସରକାର ସମସ୍ତଙ୍କୁ ଚକ୍ରବ୍ୟୁହରେ ଫସେଇବା କାମ କରୁଛନ୍ତି। ଏଥିସହିତ ରାହୁଲ ଜାତି ଜନଗଣନାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ"। 
Bb
ରାହୁଲ ଏହାକୁ ନେଇ ଏକ ଉଦାହରଣ ଦେଇଥିଲେ, "ଯେଉଁଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ମୁଣ୍ଡରେ ହାତ ଦେଇ ଦେଇଥିଲେ"। ରାହୁଲ ଗାନ୍ଧି ବଜେଟର ହାଲୱା ସେରିମନି ଉପରେ ଏପରି କିଛି କଥା କହିଥିଲେ ଯାହାକୁ ଶୁଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହସିବାକୁ ଲାଗିଥିଲେ ଏବଂ ହସି ହସି ନିଜ ମୁଣ୍ଡରେ ଦୁଇ ହାତ ରଖିଥିଲେ। ବିରୋଧୀ ଦଳର ନେତା ଲୋକସଭାରେ ହାଲୱା ସେରିମନିର ଏକ ଫୋଟ ଦେଖେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଚସ୍ପତି ଓମ୍ ବିର୍ଲା ଏହା କରିବାକୁ ମନା କରିଦେଇଥିଲେ। 
ଏହା ଉପରେ ରାହୁଲ କହିଥିଲେ କି, "ମୁଁ ଫୋଟ ଦେଖାଇ ବୁଝେଇବାକୁ ଚାହୁଁଛି ଯେ ବଜେଟରେ ହାଲୱା ବଣ୍ଟାଯାଉଛି ଏବଂ ଏହି ଫୋଟରେ ଜଣେ ଓବିସି ଅଧିକାର ଦେଖାଯାଉ ନାହାଁନ୍ତି। ଏପରିକି ଜଣେ ଆଦିବାସୀ ଲୋକ ମଧ୍ୟ ଦେଖାଯାଉ ନାହାଁନ୍ତି"। ରାହୁଲ ଗାନ୍ଧି ଏହା କହିବା ମାତ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହସି ହସି ମୁଣ୍ଡରେ ଦୁଇହାତକୁ ରଖି ଦେଇଥିଲେ। ସେହି ସମୟରେ ପ୍ରବଳ ହୋହାଲ୍ଲା ମଧ୍ୟ ହେଇଥିଲା। ହୋହାଲ୍ଲା ମଧ୍ୟରେ ଲୋକସଭାରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣ ଜାରି ରଖିଥିଲେ।

Advertisement