ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି । ପାହାଡ ଉପରେ ନାଚ କରିବା ହୋଇଗଲା କାଳ । ପାହାଡ ଉପରେ ନାଚ କରି ଖସି ପଡ଼ିଲେ ଯୁବତୀ ଆଉ ଘଟିଲା ଏଭଳି କିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ପାହାଡ ଉପରେ ଚଢ଼ିଥିଲେ ଯୁବତୀ । ଆଉ ସେ ସେଠାରେ ରିଲ୍ସ କରୁଥିଲେ କିନ୍ତୁ ସେ ୩୦୦ ଫୁଟ ତଳେ ପଡିଗଲେ ବୋଲି ଖବର ଆସିଛି । ଏହି ଯୁବତୀ ଜଣକ ଖାଇ ତଳକୁ ଖସି ପଡ଼ିଲେ ଆଉ ସେଠାରେ ଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହି ପର୍ଯ୍ୟଟକମାନେ ଏଭଳି ଦୃଶ୍ୟ ଆଗରୁ କେବେ ଦେଖି ନଥିଲେ । ସୁନ୍ଦରୀ ଯୁବତୀ ଜଣକ ମୋବାଇଲ୍ ଧରି ରିଲ୍ସ କରୁଥିଲେ ଆଉ ଗୋଡ଼ ଖସି ଯିବାରୁ ଘଟିଗଲା ଅଘଟଣ । ଏହି ଯୁବତୀ ଜଣଙ୍କର ନାମ ହେଉଛି ଆନଭି କାନ୍ଦାର ।
ଆଉ ତାଙ୍କର ବୟସ ହେଉଛି ୨୬ ବର୍ଷ । ସେ ବୃତ୍ତିରେ ଜଣେ ଟାଟାର୍ଜ ଆକାଉଣ୍ଟାଣ୍ଟ । ସେ ଡେଲୋଟ କମ୍ପାନୀରେ କାର୍ଯ୍ୟ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ମଧ୍ୟ ସକ୍ରିୟ ଥିଲେ । ସେ ଅନେକ ସ୍ଥାନ ଭ୍ରମଣ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ଅନେକ ଅନୁସରଣକାରୀ ଅଛନ୍ତି । ଆଉ ତାଙ୍କ ଇନଷ୍ଟାଗ୍ରାମରେ ୨ ଲକ୍ଷ ୫୬ ହଜାରରୁ ଅନେକ ଅନୁସରଣକାରୀ ଅଛନ୍ତି । ସେ ଗତ ୧୬ ତାରିଖ ଦିନ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିଲେ ଆଉ ସେଠାରେ ଏଭଳି ଅଘଟଣ ଘଟିଥିଲା ।
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା କୁମ୍ଭୀ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ସେ ଉଚ୍ଚ ପାହାଡ ଉପରେ ସାଙ୍ଗମାନଙ୍କ ସହିତ ରିଲ୍ସ ତିଆରି କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା । ଆଉ ଏହାପରେ ଆନଭି ୩୦୦ ଫୁଟ ଖାଇକୁ ଖସି ପଡ଼ିଥିଲେ । ଏହାପରେ ଦୁଇଟି ଉଦ୍ଧାରକାରୀ ଦଳ ତାଙ୍କୁ ଖାଇରୁ ଖୋଜି ପାଖ ମେଡ଼ିକାଲକୁ ନେଇ ଯାଇଥିଲେ । ଆଉ ସେଠାରେ ତାଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା । ଏହାପରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଅସାବଧାନତା ହେତୁ ତାଙ୍କର ଏଭଳି ହୋଇଛି ବୋଲି ଜଣାପଡିଛି ।