Nov 9, 2024, 16:16 IST

ହେ ଭଗବାନ୍ !!!ପୁଣି ଗୋଟେ ବଡ଼ ଲଘୁଚାପ... !!!

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ କିଛି ଖବର ପାଇପାରିବେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୪୮ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। 
Gg
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ସୂଚନା ମିଳିଛି । ସେଥିପାଇଁ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସୂଚନା ମିଳୁଛି । ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଯାହା ପଶ୍ଚିମ ଅଞ୍ଚଳରେ ଗତି କରି ତାମିଲନାଡୁ, ଶ୍ରୀଲଙ୍କା ଆଡ଼େ ପ୍ରବଳ ବର୍ଷା କରାଇବାର ସମ୍ଭବ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଉ ଏହାର ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି । 
Vv
ପ୍ରଥମ ଲଘୁଚାପ ଅଧିକ ଘୁନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଥିଲା ଆଉ ଏହା ଓଡ଼ିଶା ଉପକୂଳକୁ ଅତିକ୍ରମ କରିଥିଲା । ଆଉ ଏହା ହେଉଛି ଦ୍ଵିତୀୟ ଲଘୁଚାପ । ଏହା କେତେ ଘନୀଭୂତ ହେବ ଏହା କେବଳ ଲଘୁଚାପ ଘନୀଭୂତ ହେବା ପରେ ଜଣାପଡ଼ିବ । ଏହି ଲଘୁଚାପ ଦକ୍ଷିଣ ପଶ୍ଚିମ ଦିଗରେ ସୃଷ୍ଟି ହୋଇ ପଶ୍ଚିମ ଆଡକୁ ଯିବ । ଯାହାଫଳରେ ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳରେ ଦୁଇଦିନ ଲାଗି ବର୍ଷା ହେବ । ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ଏହି ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇପାରେ । 
ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ଆଉ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିବ ନାହିଁ ବୋଲି ସୂଚନା ମିଳିଛି । ଅକ୍ଟୋବର ମାସରୁ ନଭେମ୍ବର ମାସରେ ଏହି ଲଘୁଚାପ ସୃଷ୍ଟି ହେବାରୁ ଏହାର ପ୍ରଭାବରେ ରାଜ୍ୟର ଏତେ ଶୀତ ଅନୁଭୂତ ହେଉନାହିଁ । ଆଇଏମଡି ଦେଇଥିବା ସୁଚନା ଅନୁସାରେ ଏପର୍ଯ୍ୟନ୍ତ ଶୀତ ଅନୁଭୂତ ହୋଇନାହିଁ । ଆଉ ରାଜ୍ୟବାସୀ ଡିସେମ୍ବର ମାସରେ ଶୀତ ଅନୁଭୂତ କରିବେ ବୋଲି ସୂଚନା ମିଳୁଛି । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ନାହିଁ । ସୂଚନା ମିଳିଛି ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି ଯାହାକୁ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ ।

Advertisement