Jan 20, 2025, 12:23 IST

ହଠାତ୍ ଥାନା ଭିତରେ ଛୁଆକୁ କାଖେଇ ଫିନାଇଲ ପିଆଇ ଦେଲେ ମହିଳା ଆଉ ତାପରେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଏବେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଥାନାରେ ଫିନାଇଲ ପିଇ ଆ-ତ୍ମ-ହ-ତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି ମହିଳା ଜଣକ ଦୁଇ ବର୍ଷର ଛୁଆକୁ ଧରି ଥାନାରେ କରୁଥିଲେ ଏଭଳି କାମ । ଏହି ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ପାଇଁ ଥାନା ଭିତରେ ଦୁଇବର୍ଷର ଛୁଆକୁ କାଖେଇ ଫିନାଇଲ ପିଇ ଦେଲେ । ଥାନା ଭିତରେ ଏହି ଘଟଣା ଘଟିଥିଲା ।
Gg
ଥାନା ଭିତରେ ଏଭଳି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ମହିଳା ଜଣକୁ ହସ୍ପିଟାଲ ନିଆଯାଇଛି । ଆଉ ଏହି ଭିଡିଓରେ ଆପଣମାନେ ତାଙ୍କୁ ଦେଖିପାରିବେ । ସେ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ଏହି ମହିଳା ଜଣକ ନାମ ହେଉଛି ହିରଲ ମୋଦୀ । ସେ ଫିନାଇଲ ପିଇବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହିରଲ ମୋଦୀ ଆଉ ମନୋଜ କୁମାର ନାୟକ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ଦେଖା ଅହମଦାବାଦରେ ହୋଇଥିଲା ।ସେମାନେ ଆଇଟି କମ୍ପାନୀରେ କାମ କରୁଥିଲେ ଆଉ ସେଠାରେ ପରସ୍ପରକୁ ଭଲ ପାଇଥିଲେ । 
Hh
ସେମାନେ ଏହାପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ତାଙ୍କର ଦୁଇବର୍ଷର ସନ୍ତାନ ମଧ୍ୟ ଅଛନ୍ତି । ମନୋଜ ଯାହାଙ୍କ ଘର ହେଉଛି ଭଦ୍ରକ ଜିଲ୍ଲାର ବନ୍ତ ଅଞ୍ଚଳରେ । ମନୋଜ ବିଜନେସ ଆରମ୍ଭ କରିବା ପାଇଁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିଲେ । ସ୍ତ୍ରୀର ନାଁରେ ଥିବା କମ୍ପାନୀ ଆଉ ଘରକୁ ବ୍ୟାଙ୍କରେ ବନ୍ଧା ପକାଇ ୫ କୋଟି ଟଙ୍କା ଆଣିଥିଲେ । ଆଉ ସେହି ଦିନ ଠାରୁ ଏହି ଟଙ୍କା ନେଇ ମନୋଜ କେଉଁଆଡେ ପଳାଇ ଯାଇଛନ୍ତି । ଏବେ ତାଙ୍କ ସ୍ତ୍ରୀ ତାଙ୍କୁ ଖୋଜୁଛନ୍ତି ।
ଏହି ସ୍ତ୍ରୀ ଜଣକ ଅହମ୍ମଦାବାଦରୁ ଆସି ଭଦ୍ରକ ଜିଲ୍ଲାରେ ତାଙ୍କ ସ୍ଵାମୀଙ୍କ ଘର ଯେଉଁ ଅଞ୍ଚଳରେ ସେଠାରେ ପହଞ୍ଚିଛନ୍ତି । ସେ ପୂର୍ବରୁ ବନ୍ତ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏବେ ପୁଣି ପୋଲିସ ଥାନାକୁ ଆସିଛନ୍ତି ହିରଲ ମୋଦୀ । ପୋଲିସ ମନୋଜ ନାୟକଙ୍କୁ ଧରିବାରେ ବିଫଳ ହୋଇଛନ୍ତି । ନିଜର ଅସହାୟ ପାଇଁ ହିରଲ ପୋଲିସ୍ ଥାନାରେ ପୋଲିସ ଆଗରେ ଫିନାଇଲ ପିଇ ଦେଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି । ଏବେ ଏହି ଘଟଣା ପରେ ପୋଲିସ ତାଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ନାହିଁ ଏହା ଦେଖିବା ବାକି ରହିଲା ।

Advertisement