ସୋସିଆଲ ମିଡ଼ିଆ ରେ ଏକ ଦୃଶ୍ୟ ଖୁବ୍ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ କି ଏକ ମହିଳା ଜଣକୁ ପୋଲିସ୍ ବାବୁ ଟେକି ଟେକି ନେଇ ଯାଉଛନ୍ତି। ତାଙ୍କର ସାଥିରେ ଅନ୍ୟ ପୋଲିସ ମାନେ ମଧ୍ୟ ଥିବାର ଦେଖିବାକୁ ମିଳିଛି। ପୋଲିସ ବାବୁ ତରତର ହୋଇ ମହିଳାଙ୍କୁ ନେଇ ପଳେଇ ଯାଉଥିବା ବେଳେ ରାସ୍ତା ଛାଡ଼ି ଦେଉଥିଲେ ଲୋକମାନେ। ଅନ୍ୟ ପୋଲିସ ମାନେ ମଧ୍ଯ ତାଙ୍କୁ ସହଯୋଗ କରୁ ଥିବାର ଦୃଶ୍ୟ ଦେଖିବକୁ ମିଳିଛି।
ଶ୍ରୀମନ୍ଦିର ଭିତରେ ହଠାତ୍ ଏମିତି କଣ ଘଟିଲା ବ୍ୟାରିକେଟ ନିକଟରେ ମହିଳା ଜଣକ ଅପେକ୍ଷା କରୁ କରୁ କଣ ହୋଇଗଲା ଯେ ଯାହା ପାଇଁ ପୋଲିସ ମହିଳା ଜଣକୁ ଟେକି ଟେକି ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମହିଳା ଜଣକ ପ୍ରକୃତରେ କୌଣସି ହେଲେ ଦୋଷ କରି ନାହାଁନ୍ତି। ବରଂ ସେ ଅସୁସ୍ଥ ହୋଇ ପଡିଥିବା ସମୟରେ ପୋଲିସ ବାବୁ ନିଜର ୟୁନିଫର୍ମ ରେ ଥାଇ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସିଛନ୍ତି।
ମହିଳାଙ୍କ ଚିକିତ୍ସାକୁ ପାଇଁ ସେ ଆଗେଇ ଆସିଛନ୍ତି। ଯେତେ ଶୀଘ୍ର ତାଙ୍କୁ ମେଡିକାଲ ନେଇ ଚିକିତ୍ସା ଆରମ୍ଭ କଲେ ମହିଳାଙ୍କ ଜୀବନ କେମିତି ବଞ୍ଚି ଯିବ ସେଥିପାଇଁ ନିଜର ପୁଅ ପରି ଏହି ବୁଢ଼ୀ ମାଉସୀଙ୍କୁ ଟେକି ଧରି ଦୌଡି ଛନ୍ତି ଏହି ପୋଲିସ ବାବୁ ଜଣକ। ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଭକ୍ତ ମାନେ ମଧ୍ଯ ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ପୋଲିସ ବାବୁଙ୍କ ଏଭଳି କାମକୁ ନେଇ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି।
ଏଭଳି ଘଟଣା ଘଟିଥିଲା ସେତେବେଳେ ଯେତେବେଳେ ଏହି ବୁଢ଼ୀ ମାଉସୀ ଜଣକ ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହାପରେ ହଠାତ୍ ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇଥିଲେ। ଏହାପରେ ପୋଲିସ ବାବୁ ତାଙ୍କୁ ଉଠାଇ ନେଇ ତାଙ୍କର ଚିକିତ୍ସା ପାଇଁ ଦୌଡି ଯାଇଥିଲେ ଯାହାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ଦେଖି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।