ଜଣେ ସାଙ୍ଗ ଏବେ ତାର ସାଙ୍ଗକୁ ମାରି ଜଙ୍ଗଲ ଭିତରେ ପକାଇ ଦେଇଛି। ଜଣେ ସାଙ୍ଗ ହୋଇ ଆଉ ଜଣେ ସାଙ୍ଗ କୁ ମାରିଦେଲା। ଏହା ପଛର କାରଣ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସାଙ୍ଗ ଆଉ ଗୋଟେ ସାଙ୍ଗ କୁ ଘରୁ ଡ଼ାକି ନେଇଥିଲା ଆଉ ମାରି ତାକୁ ଜଙ୍ଗଲରେ ପୋତି ଦେଇଥିଲା। ଯାହାକୁ ନେଇ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ହେଲେ ଚାରିଦିନ ପରେ ଜଙ୍ଗଲ ଭିତରୁ ମୃ-ତ-ଦେହ ଉଦ୍ଧାର କରିଥିଲେ।

ସୁଚନା ମୁତାବକ ବାରିପଦା ଭଞ୍ଜନଗର ଥାନା ବଢେଇ ସାହି ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଜମି ବିକ୍ରୀ ଟଙ୍କା ଭାଗ ବଣ୍ଟା କୁ ନେଇ ସେଠାରେ ଘଟି ଯାଇଥିଲା ଏଭଳି କିଛି କାଣ୍ଡ। ସେହି ମୃ-ତ-କ ଜଣକ ହେଉଛନ୍ତି ସାଲୁକ୍ ମାରାଣ୍ଡି। ଏକ ଜମି ବିକ୍ରୀ ଟଙ୍କା କୁ ନେଇ ଦୁହିଁଙ୍କ ମଧ୍ୟରେ ଖୁବ ଝଗଡା ଲାଗିଥିଲା। ତିନିଦିନ ପୂର୍ବେ ସାଲୁକ୍ କୁଆଡେ ନିଖୋଜ ହୋଇ ଯାଇଥିଲେ। ଯାହାକୁ ନେଇ ତାଙ୍କର ସ୍ତ୍ରୀ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ।

ଏହି ମାମଲାରେ ସନ୍ଦେହ କରି ପୋଲିସ ପାଞ୍ଚ ଜଣକୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତ ରୁ ଯାହା ଜଣା ପଡ଼ିଛି କି ଜମି ବିକ୍ରୀ ଟଙ୍କା କୁ ନେଇ ସୂପାରୀ କିଲର ଦ୍ବାରା ତାଙ୍କୁ ମାରି ଦିଆ ଯାଇଛି। ଏହାକୁ ନେଇ ଏବେ ତଦନ୍ତ ପ୍ରକ୍ରିୟା ଜୋରଦାର ଚାଲିଥିବା ସୁଚନା ମିଳିଛି। ଏଭଳି ହ-ତ୍ୟା ଘଟଣାକୁ ନେଇ ମୟୁରଭଞ୍ଜ ଜିଲ୍ଲାରେ ଏବେ ଚର୍ଚ୍ଚା ମଧ୍ୟ ଯୋର୍ ଧରିଛି। କିଛିଦିନ ତଳେ ଏହି ଜମି କିଣା ବିକା କୁ ନେଇ ସୀମାନ୍ତ ମହାବିଦ୍ୟାଳୟ ର ଅଧ୍ୟାପକ କୁ ମାରି ପୋତି ଦିଆ ଯାଇଥିଲା।
ଏବେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ତେବେ ବାରିପଦା ଅଞ୍ଚଳରେ ଜମି ଦଲାଲ ସକ୍ରିୟ ଥିବା ବେଳେ ଗରାଖ ଠାରୁ ମୋଟା ଅଙ୍କରେ ଟଙ୍କା ନେଇ ଜମି କରେଇ ଦେବା ଏକ ବ୍ୟବସାୟ ପାଲଟି ଯାଇଛି। ଆଉ ଏହା ଏବେ ମଧ୍ୟ ବେଆଇନ ଭାବରେ ଚାଲିଛି। ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।