Sep 27, 2024, 17:32 IST

ହଠାତ୍ ହେଲା ଜୁଆ ଆଡ଼ା ରେଡ ଆଉ ପରେ ଘଟିଲା ଏମିତି କିଛି

  Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ପାର୍ବଣ ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ଭିଆଇପି ଅଞ୍ଚଳରେ ଚାଲି ଥିଲା ଜୁଆ ଆଡ଼ା। ଖବର ପାଇ ଜୁଆ ଆଡାରେ ରେଡ୍ଡ କରିଛି ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଷାଲ ସ୍କ୍ୟାର୍ଡ। ନୟାପଲ୍ଲୀର ଏକ ଓୟୋ ରୁମରେ ଚାଲିଥିଲା ଜୁଆ ଆଡା। ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ।  Gg
ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ଓ ଏକାଧିକ ମୋବାଇଲ୍ , ତାସ, ଓ ନିଶା ସାମଗ୍ରୀକୁ ଜବତ କରିଛି ପୋଲିସ। ଜୁଆ ଖେଳୁଥିବା ସମୟରେ ଧରି ପକାଇଲା ନୟାପଲ୍ଲୀ ଥାନା ପୋଲିସ। ଯେତେବେଳେ ଭୁବନେଶ୍ୱର ବାହାରୁ ଏହି ଯୁବକ ମାନେ ଆସନ୍ତି ହୋଟେଲରେ ଜୁଆ ଖେଳନ୍ତି। କିନ୍ତୁ ଜୁଆ ଖେଳ ଆରମ୍ଭ ପୂର୍ବରୁ ତାଙ୍କୁ ଧରି ପକାଇଥିଲା ନୟାପଲ୍ଲୀ ଥାନା ପୋଲିସ ଆଉ ସ୍ପେସାଲ୍ ସ୍କ୍ୟାଡ। ଜଣେ ଯୁବକ କହିଛନ୍ତି ସେ ସେଠାକୁ ଯାଇ ଫସି ଯାଇଛନ୍ତି ବୋଲି କହିଛନ୍ତି। 
Bb
ସେହି ଯୁବକ ଜଣଙ୍କ ମଧ୍ୟ ଆହୁରି କହିଛନ୍ତି ନାଗା ଭାଇ ସେହି ଗ୍ୟାଙ୍ଗର ମୁଖିଆ ଅଟନ୍ତି। ଆଉ ସମସ୍ତେ କହୁଛନ୍ତି ନାଗା ଭାଇ ସମସ୍ତଙ୍କୁ ଡାକିଥିଲେ ବୋଲି। ନାଗା ଭାଇଙ୍କ ନାଁରେ ମଧ୍ୟ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି। ଏବଂ ଏମାନେ ଯେତେବେଳେ ଜୁଆ ଆରମ୍ଭ କରିଥିଲେ ସେତେବେଳେ ପୋଲିସ ବିଶେଷସୂତ୍ରରୁ ଖବର ପାଇବା ପରେ ନୟାପଲ୍ଲୀ ଥାନାର ଟିମ୍ ସେଠାରେ ରେଡ କରିଥିଲା। 
ପୋଲିସ କିଛି ବ୍ୟାଙ୍କର ଡକମେଣ୍ଟ ମଧ୍ୟ ଜବତ କରିଛି। ସବୁଠାରୁ ବଡ଼କଥା ହେଉଛି ଏବେ ପାର୍ବଣର ପର୍ବ ଏବଂ ଏହାରି ଭିତରେ ଏବେ ଜୁଆଡ଼ି ମାନେ ସକ୍ରିୟ ହେବାରେ ଲାଗିଛି ରାଜଧାନୀରେ। ନୟାପଲ୍ଲୀ ଥାନା ପୋଲିସ ଯେତେବେଳେ ଜୁଆ ଖେଳ ଚାଲିଥିଲା ସେତେବେଳେ କମିଶନର ପୋଲିସର ସ୍ପେସାଲ୍ ସ୍କ୍ୟାଡ ୫ ଜଣଙ୍କୁ ଧରିବା ସହିତ ସେମାନଙ୍କ ଠାରୁ ଟଙ୍କା ଏବଂ ଜୁଆ ଖେଳ ପାଇଁ ଚାସ ପାଲି ମଧ୍ୟ ଜବତ କରାଯାଇଛି।

Advertisement