ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏମିତିବି ମୃ-ତ୍ୟୁ ଆସିପାରେ ତାହା କେବେ ହେଲେ ମଧ୍ୟ କେହି ଜାଣି ନଥିବେ। ସାତ ଜନମ ପାଇଁ ସାଥୀରେ ରହିବାକୁ ଶପଥ ନେଇ ଆସିଥିବା ସ୍ବାମୀ ସ୍ତ୍ରୀ ପରସ୍ପରର ହାତ ଧରାଧରି ହୋଇ ଆର ପାରି କୁ ଚାଲି ଯାଇଛନ୍ତି। ଏହାପରେ ସେମାନେ ଗାଁ ଶ୍ମଶାନରେ ଗୋଟେ ଜୁଇ ରେ ଜଳି ଯାଇଛନ୍ତି। ଯାହାକି ଢେଙ୍କାନାଳ ଜିଲ୍ଲା, ମହାବିରୋଡ ଥାନା , ବାମ୍ ପଞ୍ଚାୟତ ଅନ୍ତର୍ଗତ ରୋଗଡା ସାହିରେ ଘଟି ଯାଇଛି।

ଦୁର୍ଯ୍ୟୋଧନ ମହନ୍ତ ଓ ତାଙ୍କର ସ୍ତ୍ରୀ ଭାରତୀ ମହନ୍ତ ଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃ-ତ୍ୟୁ ହୋଇଛି। ଉଭୟ ଛତିଶଗଡ଼ ର କୋଷମୁଣ୍ଡା ଗ୍ରାମରେ ରହୁଥିଲେ। ଆଉ ଦୁର୍ଯ୍ୟୋଧନ ସେଠାରେ ଡ୍ରାଇଭର ଭାବରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଛାତ ଉପରକୁ ଲୁଗା ସୁଖାଇବାକୁ ଯାଇଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖୁବ୍ ଜୋରେ ଚିତ୍କାର କରିଥିଲେ। ସ୍ବାମୀ ଦୁର୍ଯ୍ୟୋଧନ ସ୍ତ୍ରୀ କୁ ବଞ୍ଚାଇବା ପାଇଁ ଯାଇଥିଲେ।
ଏହାପରେ ସେଠାରେ ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଏହାପରେ ସ୍ବାମୀ ସ୍ତ୍ରୀ ଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲ କୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ଉଭୟ ଦମ୍ପତି ଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ। ସେପଟେ ସେମାନଙ୍କର ଏକ ଦଶ ବର୍ଷର ଶିଶୁ ପୁତ୍ର ରହିଥିବା ବେଳେ। ସେ ଏହି ଘଟଣା ସମୟରେ ବିଦ୍ୟାଳୟ କୁ ପାଠ ପଢିବାକୁ ଯାଇଥିଲେ। ପରେ ଦମ୍ପତି ଙ୍କ ମୃ-ତ-ଦେହ ଗ୍ରାମରେ ପହଞ୍ଚିବା ପରେ,
ଡ୍ରାଇଭର ମହାସଂଘର ସଦସ୍ୟ ଓ ଗ୍ରାମବାସୀ ମାନେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମୃ-ତ୍ୟୁ କୁ ନେଇ ସମସ୍ତେ ମଧ୍ୟ ସ୍ଥବ୍ଦ ହୋଇ ଯାଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କର ମତାମତ କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।