Jun 20, 2024, 20:30 IST

ଲାଞ୍ଚ ନେଉଥିଲେ ସରକାରୀ ବାବୁ ଦେଖନ୍ତୁ ଧରା ପଡ଼ିଲା ପରେ ଲୁଚାଇଲେ ମୁଁହ - Viral Visual

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆଜିକାଲି ଦୁନିଆରେ ଘଟିଥିବା ଘଟଣା ସବୁ ଜାଣିପାରିବେ । ଏବେ ବିଜେପି ସରକାର ଓଡ଼ିଶାରେ ଶାସନ କରୁଛି । ଆଉ ଏହି ବିଜେପି ସରକାର ଶାସନ କରିବା ପରେ ଅନେକ ଦୁର୍ନୀତି ନଷ୍ଟ ହେବ ବୋଲି କୁହାଯାଉଛି । 
Hh
ଏବେ ବିଜେପି ସରକାର ଆସିବା ପରେ ଦୁର୍ନୀତି କରୁଥିବା ସରକାରୀ ଚାକିରିଆଙ୍କୁ ଚାକିରୀରୁ ନିଲମ୍ବିତ କରାଯିବ । ଦୁର୍ନୀତି କରୁଥିବା ଚାକିରିଆଙ୍କୁ ନିସ୍ତାର ଦେବ ନାହିଁ । ନୂଆ ସରକାର ଆସିବା ପରେ ଦୁର୍ନୀତି କରୁଥିବା ଚାକିରିଆମାନେ ବଦଳି ଯାଇଥିବେ ଆଉ ଯିଏ ଦୁର୍ନୀତି କରୁଥିବ ସେ ଧରା ପଡ଼ିଲେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେହି କେହି ବଦଳି ଯାଇଥିବା ବେଳେ ଆଉ କେହି ଧରା ପଡିଛନ୍ତି । ସରକାର ଦେଉଥିବା ଦରମାରେ ଏମାନଙ୍କର ପେଟ ପୁରୁ ନାହିଁ ।
Gg
ଆଉ ଏମାନେ ଗରିବ ମାନଙ୍କ ଠାରୁ ଲୁଟ କରୁଛନ୍ତି । ଚୋର ଘର କେବେ ଅନ୍ଧାର ରୁହେ ନାହିଁ । ଲାଞ୍ଚ ନେଉଥିବା ସମୟରେ ଧରା ପଡିଛନ୍ତି ବାବୁ ଜଣକ । ଏହି ବାବୁ ଜଣକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ତହସିଲର ରାଜସ୍ବ ନୀରିକ୍ଷକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଦ୍ଵାରା ଧରା ପଡିଛନ୍ତି । ରାଜସ୍ବ ନୀରିକ୍ଷକ ଅଧିକାରୀ ମନୋଜ କୁମାର ମହାନନ୍ଦ ଗିରଫ ହୋଇଛନ୍ତି । ସେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିଲେ ।
ଜମିପଟ୍ଟା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆଉ ଏହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଆଉ ଏହି ଚଢ଼ାଉ ସମୟରେ ସେ ଧରା ପଡ଼ିଥିଲେ । ଏହି ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏହି ଖବର ଦେଇଥିଲେ । ଆଉ ଏହି ଅଭିଯୋଗ ରକ୍ଷା କରି ଭିଜିଲାନ୍ସ କାର୍ଯ୍ୟାଳୟ ଟିମ୍ ସେଠାରେ ପହଞ୍ଚି ରାଜସ୍ବ ନିରୀକ୍ଷକ ଅଫିସରଙ୍କୁ ଗିରଫ କରିଛି । ଆଉ ଏହି ଗିରଫ କରିବା ପରେ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏବେ ଏନେଇ ଆସୁଛି ଖବର ।

Advertisement