ଶସ୍ତା ହେଲା ସୁନା, ରୁପା ଓ ପ୍ଲାଟିନମ୍। କାରଣ, ବଜେଟରେ ଏସବୁ ଉପରୁ କଷ୍ଟମ ଡ୍ୟୁଟି ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସୁନା ଓ ରୁପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବରୁ ସୁନା ଉପରେ ସୀମା ଶୁଳ୍କ ୧୫ ପ୍ରତିଶତ ଥିଲା। ଏବେ ଏହା ୬ ପ୍ରତିଶତକୁ ହ୍ରାସ ପାଇବାରୁ ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା କମିଛି। ଆଜି ସକାଳେ ୧୦ ଗ୍ରାମ ପିଛା ୬୭ ହଜାର ୫୦୦ ଟଙ୍କା ଥିଲା ସୁନା ଦର। ଏବେ ଏହା ୬୪ ହଜାର ଟଙ୍କାକୁ ଖସି ଆସିଛି।
ତେବେ ବନ୍ଧୁଗଣ ସୁନା ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। ସୁନା ଦର ଏକାଥରେ କମିଗଲା ୩ ହଜାର ୫୦୦ ଟଙ୍କା। ଭୁବନେଶ୍ୱରରେ କମିଛି ସୁନା ଓ ରୂପା ଦର। ଯେଉଁଥିପାଇଁ ଏବେ ସୁନା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ୩ ହଜାର ୫୦୦ ଟଙ୍କା କମିଛି। ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୬୬ ହଜାର ୫୦୦ ଟଙ୍କା ଥିଲା କିନ୍ତୁ ଏବେ ଏହା ୬୪ ହଜାରକୁ ଖସି ଆସିଛି।
ରୂପା ମଧ୍ୟ କିଲୋ ପିଛା ୫୦୦୦ ଟଙ୍କା ହ୍ରାସ ପାଇ ୯୦ ହଜାରରେ ପହଞ୍ଚିଛି। ତେବେ ସୁନା ଆଉ ରୂପା ଆମଦାନୀ ଶିଳ୍ପ ୬%କୁ ହ୍ରାସ ହେଇଥିବା ଜଣାପଡିଛି। ଏବେ ସୁନା ଦାମ କମିବା ପରେ ବାସ୍ତବରେ ମଧ୍ୟବର୍ତ୍ତୀ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସୁନା ଦର ବଢିବା ଦ୍ୱାରା ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଉଥିଲା। ଯାହାକୁ ନେଇ କେହି ଖୁସି ନଥିଲେ କିନ୍ତୁ ଏବେ ବଜାରରେ ସୁନା ଆଉ ରୂପାରେ ଆମଦାନୀ ଶିଳ୍ପ ହ୍ରାସ ପାଇବା ଦ୍ୱାରା ଟିକେ ଆଶ୍ଵସ୍ତି ଲାଭ କରିଛନ୍ତି ସୁନା ପ୍ରେମୀ।
ନିକଟରେ ମୋବାଇଲ୍ ଫୋନ୍ କିଣିବାକୁ ପ୍ଲାନ୍ କରୁଥିବା ଗ୍ରାହକଙ୍କ ପାଇଁ ବି ଖୁସି ଖବର ଆଣିଛି ଚଳିତ ବଜେଟ୍। ଶସ୍ତା ହୋଇଛି ମୋବାଇଲ୍ ଫୋନ୍, ଚାର୍ଜର ଓ ବ୍ୟାଟେରୀ। ଏସବୁ ସାମଗ୍ରୀ ଉପରେ ସୀମା ଶୁଳ୍କ ୧୫% ହ୍ରାସ କରିଛନ୍ତି ସରକାର। ଆଉ ୩ଟି କ୍ୟାନସର ଔଷଧ ଉପରେ ସୀମା ଶୁଳ୍କ ଛାଡ ନେଇ ବଜେଟରେ ଘୋଷଣା ହୋଇଥିବାରୁ ଏହା ମଧ୍ୟ ଶସ୍ତା ହୋଇଛି।