ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଯେ କେହିବି ଶୁଣିବ କାନ୍ଦି ପକାଇବ । ନୂଆ ଘର ତିଆରି ହେଲେ ସମସ୍ତେ ଘରେ ପାଣି ଦେଇଥାନ୍ତି । ଇଟା ସିମେଣ୍ଟର ଘରକୁ ମଜବୁତ କରିବା ପାଇଁ ପାଣି ପକା ଯାଇଥାଏ । ଏବେ ଏହି ପାଣି ପକାଉ ପକାଉ ଏଭଳି କିଛି ହେଲା ଯାହା ଶୁଣିଲେ ଯେ କେହିବି ମନଦୁଃଖ କରିବ ।
ନୂଆ ଘର ତିଆରି ହେଉଥିଲେ ମନରେ ଅନେକ ଭାବନା ଆସିବା ସହ ସମସ୍ତେ ବହୁତ ଖୁସି ହୋଇଥାନ୍ତି । ସେଭଳି ଅନେକ ଖୁସି ଥିଲା ଏହି ପୁଅ ଜଣକ କିନ୍ତୁ ତା ସହିତ ଏଭଳି କିଛି ଘଟଣା ଘଟିବ ବୋଲି କିଏ ବା ଜାଣିଥିଲା । ସରକାର ଆବାସ ପାଇଁ ଲୋକମାନଙ୍କୁ ଅନେକ ସାହାଯ୍ୟ କରୁଛନ୍ତି । ସରକାର ଗରିବ ଶ୍ରେଣୀର ଲୋକଙ୍କ ଆବାସ ପାଇଁ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏବେ ଏହି ଯୋଜନାରେ ଘର ପ୍ରସ୍ତୁତ ହେଉଥିଲା । ଆଉ ତିଆରି ହେଉଥିବା ଘରେ ପାଣି ଦେଉଥିଲେ ଯୁବକ । ପାଣି ଦେବା ସମୟରେ ଯୁବକ ଜଣକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ।
ଆଉ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ପରେ ଯୁବକ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧୀନରେ ଥିବା ଦଶପୁର ଗାଁରେ । ଏହି ମୃ-ତ ଯୁବକ ଜଣକ ସେହି ଗାଁର ଅଲେଖ ସାହାଙ୍କ ପୁଅ ବୋଲି ସୂଚନା ମିଳିଛି । ଏହି ଯୁବକ ଜଣଙ୍କର ବୟସ ୨୩ ବର୍ଷ ହେବ । ଏହି ମୃ-ତ ଯୁବକ ଜଣକର ନାଁ ହେଉଛି କିଶୋର ଚନ୍ଦ୍ର ସାହା । ଏହି ଯୁବକ ଜଣକ ସରକାରଙ୍କ ସହାୟତା ଦ୍ଵାରା ତିଆରି ହୋଇଥିବା ତାଙ୍କ ଘରେ ମଟର ସାହାଯ୍ୟରେ ପାଣି ଦେଉଥିଲେ ।
ଆଉ ପାଣି ଦେବା ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଶୁଣି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଗ୍ରାମବାସୀମାନେ ଏହି ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି । ଏବେ ମୃ-ତ-କଙ୍କ ପରିବାର ରୋଜଗାରକ୍ଷମ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।